ଜନସଂଖ୍ୟା ବୃଦ୍ଧି ପ୍ରତିବାଦରେ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ କମିଟି ସ୍ମାରକପତ୍ର ପ୍ରଦାନ

ବାସ୍ତବବ୍ୟୁରୋ:ବାଲେଶ୍ୱର ପ୍ରତି ମିନିଟରେ ୫୦ ଜଣ ନବଜାତ ଶିଶୁକୁ ଜନ୍ମ ଦେଉଥିବା ଭାରତ ବର୍ତ୍ତମାନ ଏକ ଭୟଙ୍କର ଜନ ବିସ୍ଫୋଟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି।ଭାରତ ସ୍ୱାଧୀନତା ପାଇବା ପରେ ୩୬ ୧୪୦ ୫୦ କୋଟି ଜନ ସଂଖ୍ୟା ଥିବା ଦେଶ ବର୍ତ୍ତମାନ ୧୪୦ କୋଟିରୁ ଅଧିକ ଜନସଂଖ୍ୟାକୁ ବୃଦ୍ଧି ହୋଇଛି।ଭାରତ ବର୍ଷରେ ଯାବତୀୟ ସମସ୍ୟା, ପାନୀୟ ଜଳ ଠାରୁ ଆରମ୍ଭ କରି ବେକାରୀ ସମସ୍ୟା ପର୍ଯ୍ୟନ୍ତ, ପର୍ଯ୍ୟବରଣ ଓ ପରିବେଶ କ୍ଷତି ଠାରୁ ଆରମ୍ଭ କରି ବେକାରୀ ସମସ୍ୟା, ସାମ୍ପ୍ରଦାୟିକ ଦଙ୍ଗା ଠାରୁ ଆରମ୍ଭ କରି ଆତଙ୍କବାଦୀ ଆକ୍ରମଣ ପର୍ଯ୍ୟନ୍ତ ସବୁର ମୂଳ କାରଣ ହେଉଛି ଭାରତରେ ଅସନ୍ତୁଳିତ ଜନ ସଂଖ୍ୟା ବୃଦ୍ଧି।

ଏସବୁକୁ ଦୃଷ୍ଟିରେ ରଖି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଠାରେ ଏକ ଦାବି ଉପସ୍ଥାପନ କରି ଭୋଗରାଇ ତହସିଲଦାରଙ୍କ ଜରିଆରେ ଦେଶର ପାର୍ଲିଆମେଣ୍ଟରେ କଠୋର ଆଇନ ପ୍ରଣୟନ କରି ସବୁ ନାଗରିକ ମାନଙ୍କ ପାଇଁ ଦୁଇଟି ସନ୍ତାନରୁ ଅଧିକ ଜନ୍ମ କରନ୍ତି ତେବେ ଆଇନ ମାନୁ ନଥିବା ଦମ୍ପତି ମାନଙ୍କୁ ଆର୍ଥିକ ଜରିମାନା, ଜେଲ ଦଣ୍ଡ, ନାଗରିକତା ରଦ୍ଦ ସହିତ ସମସ୍ତ ସହାୟତାରୁ ବଞ୍ଚିତ ବାସନ୍ଦ କରା ଯିବାକୁ ଆଇନ ପ୍ରଣୟନ ପାଇଁ ଦାବି କରିଛନ୍ତି।

ଭୋଗରାଇ ଶାଖା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଅବସରପ୍ରାପ୍ତ ସେନା କ୍ୟାପଟେନ ଅଶୋକ ଦାସ, ନୀଳକଣ୍ଠ ଘୋଷ,ବାମାପଦ ଜେନା, ଅନାଦି ଚରଣ ଜେନା, ସୁବଲ ଦାସ, ଜଗନ୍ନାଥ ଦାସ, ଅନନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ତହସିଲଦାର କମଳାକାନ୍ତ ପଣ୍ଡାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇ ଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଖାସ୍ ଖବର...

Sun Jul 25 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୩୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୫୧୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୭୫୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୯୧୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୪୩୦୬୯ ଜଣ ସୁସ୍ଥ […]

You May Like

Pin It on Pinterest