
(ନିଶ୍ଚିନ୍ତକୋଇଲି)ଅନଲାଇନ କ୍ଲାସ କରିବାକୁ ଆସି ଗତ କାଲିଠାରୁ ନିଖୋଜ ଥିବା ସାଇ କୃଷ୍ଣ ଙ୍କ ମୃତ ଦେହ ମହାନଦୀ ରେ ଭାସୁଥିବା ଦେଖିବାକୁ ମିଳିଛି। ସାଇ କୃଷ୍ଣ ଙ୍କ ପିତାଙ୍କ ନାମ ବରଦା ମିଶ୍ର ଘର ଜଗତସିଂହପୁର ଜିଲ୍ଲା ପାଲି ପଞ୍ଚାୟତ। ସେ ଏବଂ ତାଙ୍କ ପରିବାର ଉତ୍ତରକୁଳ ରେ ଏକ ଭଡା ଘରେ ରହି ଉତରକୁଳ ହାଇ ସ୍କୁଲ ରେ ନବମ ଶ୍ରେଣୀ ପାଠ ପଢୁଥିବା ବେଳେ ତାଙ୍କ ବୟସ ୧୪। ସେ କାଲି ସ୍କୁଲ କୁ ଅନଲାଇନ କ୍ଲାସ୍ କରିବାକୁ ଆସି ଆଉ ଘର କୁ ଫେରି ନଥିଲେ।ପରିବାର ଲୋକ ଖୋଜାଖୋଜି କରିବା ପରେ ମାହାଳ ହାଟ ସ୍ଥିତ ମହାନଦୀ କୂଳ ରେ ତାଙ୍କ ଡ୍ରେସ, ବ୍ୟାଗ୍ ଓ ଗାମୁଛା ପଡି ରହିଥିଲା।

ଏହା ଦେଖି ପରିବାର ଲୋକ ଭୟଭୀତ ହୋଇଯାଇଥିଲେ।ପରିବାର ଲୋକ କହିବା ଅନୁସାରେ ଅନଲାଇନ କ୍ଲାସ୍ କରିବାକୁ ଆସି ଏ ଭଳି ଘଟଣା ଘଟିଛି ବୋଲି ଶୁକ୍ରବାର ଦିନ ମାହାଳ ହାଟ ଫାଣ୍ଡି ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କିଶୋରନଗର ପୋଲିସ ଓ ମାହାଳ ହାଟ ପୋଲିସ ମିଳିତ ଭାବେ ଉଦ୍ୟମ ଆରମ୍ଭ କରିଥିଲେ। ଶନିବାର ସକାଳୁ ଅଗ୍ନିଶମ ବିଭାଗ ର ଏକ ସ୍ଵତନ୍ତ୍ର ଟିମ୍ ଆସି ତାରପୁର ସ୍ଥିତ ମହାନଦୀ ରେ ଖୋଜା ଖୋଜି କରୁଥିବା ବେଳେ ମହାନଦୀରେ ସାଇକୃଷ୍ଣ ଙ୍କ ମୃତ ଦେହ ଭାସୁଥିବା ଦେକହିବାକୁ ମିଳିଛି।ମୃତ ଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।



