ପୂର୍ବତଟ ରେଳ ସେବା ବର୍ଷାରେ ପ୍ରଭାବିତ

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁଁ ପୂର୍ବତଟ ରେଳବାଇ ସେବା ଖୁବ୍‌ ପ୍ରଭାବିତ ହୋଇଛି। ଗତକାଲି ଠାରୁ ବର୍ଷା ଲାଗି ରହିଥିବା କାରଣରୁ ପଲାସା ଏବଂ ବିଜିଆନଗରମ ମଧ୍ୟରେ ଥିବା ବିଭିନ୍ନ ଷ୍ଟେସନ୍‌ରେ ପାଣି ଜମି ରହିଥିବାରୁ ଅନେକ ଟ୍ରେନ୍‌ ବିଳମ୍ବରେ ଯାତ୍ରା କରୁଛି।

ବିଜିୟନଗରମ୍‌ ଠାରେ ସହର ମଧ୍ୟରେ ଥିବା ପୌରପାଳିକା ନାଳ ଓ ନିକଟବର୍ତ୍ତୀ ଅଞ୍ଚଳରୁ ଷ୍ଟେସନ୍‌ ପରିଧି ମଧ୍ୟକୁ ପାଣି ପଶିଯିବାରୁ କିଛି ସମୟ ପାଇଁ ଧାରଣା ବୁଡ଼ି ଯାଇଥିଲା।

ରାତି ସାରା ବହୁ ପରିମାଣର ଜଳ ପ୍ରବାହ କାରଣରୁ ଅନେକ ଷ୍ଟେସନ୍‌ର ସିଗ୍‌ନାଲ୍‌ ଖୁଣ୍ଟିଗୁଡ଼ିକ ମଧ୍ୟ ଅକାମି ହୋଇଯାଇଛି। କ୍ରମେ ପରିସ୍ଥିତି ସୁଧୁରୁ ଥିବାରୁ ରେଳ ସେବା ସ୍ୱାଭାବି ହେବାକୁ ଯାଉଛି। କେତେକ ଟ୍ରେନ୍‌ର ସମୟ ନିର୍ଘଣ୍ଟ ପୁଣି ଥରେ ଧାର୍ଯ୍ୟ କରାଯାଉଥିବା ବେଳେ ସ୍ୱଳ୍ପ ଦୂରକୁ ଯାତ୍ରା କରିବାକୁ ଥିବା ଟ୍ରେନ୍‌ଗୁଡ଼ିକର ଯାତ୍ରା ବାତିଲ କରାଯିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେପୁରରେ ରୀତା ସାହୁଙ୍କ ବାଜିମାତ

Thu Oct 24 , 2019
ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ବିଜେପୁର ଉପନିର୍ବାଚନରେ ବିପୁଳ ସଂଖ୍ୟା ର ଭୋଟ ପାଇ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିଜୟିନୀ ହୋଇଛନ୍ତି। ଶେଷ ରାଉଣ୍ଡ୍‌ ଗଣତି ଶେଷ ସୁଦ୍ଧା ୧ ଲକ୍ଷ ୩୫ ହଜାର ୯୫୭ ଖଣ୍ଡ ଭୋଟ୍‌ ପାଇ ରୀତା ସାହୁ ୯୭ ହଜାର ୯୯୦ ଖଣ୍ଡ ଭୋଟ୍‌ ବ୍ୟବଧାନରେ ଏହି ଉପନିର୍ବାଚନ ଜିଣିଛନ୍ତି। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୩୭୯୬୭ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା […]

You May Like

Pin It on Pinterest