
ନମୋଗୁରୁ ହୋତା(ସୁବର୍ଣ୍ଣ ପୁର)ବଲାଙ୍ଗୀର ଜିଲ୍ଲା ପୁଇଁ ତାଲା ବ୍ଲକ ଜଡ଼ ଜଡ଼ ଗ୍ରାମ ରେ ଘଟିଛି ଏକ ଦୁଖଃଦ ଘଟଣା ପାଞ୍ଚ ପ୍ରାଣୀ କୁ ଚଳାଉ ଥିବା ଏକ ମାତ୍ର ରୋଜଗାରିଆ ପୁଅ ସରଜୁ ବାଗ ଙ୍କର ଗତ ୧୪.୭ .୨୧ ତାରିଖରେ ଇଲେକଟ୍ରି କରେଣ୍ଟ ଲାଗି ମୃତ୍ୟୁ ବରଣ କରିଥିଲେ l ଘରେ ଥିବା ପାଞ୍ଚ ପ୍ରାଣୀ ସାଙ୍ଗକୁ ବାପା ପାରାଲିସିସ ରୋଗୀ ତିନି ତିନି ଟା ବଢିଲା ଝିଅ, ଘର ଚଳାଇ ବା କୁ ଜଣେ ହିଁ ଭରସା ଥିଲା ସରଜୁ ବାଗ |

ସିଏ ବି ଇଲେଟ୍ରି ସକ ରେ ମୃତୁ ବରଣ କରି ଥିବା ବେଳେ ଇଲୋକ୍ଟ୍ରୋନିକ୍ ଟେକ୍ନୋଲୋଜି ଆସୋସିଏସନ୍ ସଙ୍ଘ ତରଫରୁ ସାହାଯ୍ୟ ପାଇଁ ହାତ ବଢ଼ାଇ ଛନ୍ତି ସଭାପତି, ବସନ୍ତ କୁମାର ସଥପତି, ସମ୍ପାଦକ, ନିଲମ୍ବର ହୋତା ଏବଂ ସମସ୍ତ କର୍ମକର୍ତା ଆଜି ସରଜୁ ବାଗ ଘର କୁ ଯାଇ କିଛି ଆରଥିକ ସାହାଯ୍ୟ (୨୯୦୦୦)ଟଙ୍କା ପ୍ରଦାନ କରିଛନ୍ତି l ଜିଲ୍ଲା ପ୍ରଶାସନ କୁ ଉକ୍ତ ପରିବାର କୁ କିଛି ଆର୍ଥିକ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି l



