
ପ୍ରଭାତ କୁମାର ସାହୁ(ସାକ୍ଷୀଗୋପାଳ) ଦୀର୍ଘଦିନର ଅପେକ୍ଷା ପରେ ୨୬ ତାରିଖରୁ ଖୋଲିଲା ସ୍କୁଲ । ଏଥର କିନ୍ତୁ କୋଭିଡ କଟକଣାକୁ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ଏହିପରିପେକ୍ଷୀରେ ପୁରୀ ଜିଲ୍ଲାର ସତ୍ୟବାଦୀ ରେ ବିଭିନ୍ନ ବିଦ୍ୟାଳୟ ଏବେ ଖୋଲିଛି । ସ୍କୁଲରେ ମନିଟରିଙ୍ଗ ଟିମ୍ ଗଠନ କରାଯାଇ ପିଲାଙ୍କ ଉପରେ ନଜର ରଖାଯାଉଛି ।ନବମ ଶ୍ରେଣୀ ରୁ ପାସ୍ ହୋଇ ଦଶମ ଶ୍ରେଣୀ ରେ ପାଦ ଥାପି ଥିବା ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିଛନ୍ତି ।

ବିଦ୍ୟାଳୟ ଗେଟ ନିକଟରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ସାନିଟାଇଜର ଦେବା ସହ ସାମାଜିକ ଦୂରତାରେ ସ୍କୁଲ ଭିତରକୁ ପ୍ରବେଶ କରାଉଛନ୍ତି । ଏପିରିକି ଥର୍ମାଲ ସ୍କ୍ରିନ୍ କରାଯାଉଛି । ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ଙ୍କୁ ସାମାଜିକ ଦୂରତାରେ ବସାଯାଇଛି । ପିଲାଙ୍କୁ କରୋନା ସଚେତନତା ନେଇ ନିୟମ ବିଷୟରେ ଅବଗତ କରାଯାଇଛି । ପ୍ରଥମ ଦିନରେ ସ୍ଵଳ୍ପ ସଂଖ୍ୟକ ପିଲା ଆସିବାର ଦେଖାଦେଇଛି ।