ବର୍ଷାରେ ଭୁଶୁଡୁଛି ପାହାଡ଼

ବାସ୍ତବ ବ୍ୟୁରୋ(ପାରଳାଖେମୁଣ୍ଡି): ଗତକାଲି ଠାରୁ ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଦୁଇଦିନ ଧରି ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଗୁମ୍ମା ବ୍ଲକ୍‌ ତିପିସିଂ-କୁଲମ ମଧ୍ୟରେ ଥିବା ଏକ ପାହାଡ ଗୁରୁବାର ହଠାତ ଭୁଶୁଡି ପଡ଼ିଛି।

ପାହାଡ ଭୁଶୁଡିବାରୁ ୪ଟି ଘର ସହିତ ଘର ଆଖପାଖରେ ଥିବା ଜୀବଜନ୍ତୁ ଓ ଘରର ଅନେକ ସମାଗ୍ରୀ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ପାହାଡ ଭୁଶୁଡିବା ଖବର ପାଇବା ପରେ ଘଟଣାସ୍ଥଳରେ ଗୁମ୍ବା ବ୍ଲକ୍‌ ବିଡିଓ ପହଞ୍ଚି ପରିସ୍ଥିତି ପଚାରି ବୁଝିବା ସହିତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି। ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ସେହିପରି ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ପୁଟାସିଂ ନିକଟ ରେଜିଙ୍ଗତାଲ ଘାଟିରେ ଅତି ପ୍ରବଳ ବର୍ଷା ଯୋଗୁଁ ଭୁସ୍ଖଳନ ହୋଇ ବହୁ ବଡ଼ ବଡ଼ ପଥର ଖଣ୍ଡ ପାହାଡ଼ ଉପରୁ ଖସି ପଡ଼ିଥିଲା। ଯାହାକୁ ଦେଖି ସ୍ଥାନୀୟଲୋକେ ଭୟଭୀତ ହୋଇ ଯାଇଥିଲେ। ପାହାଡ ଉପରୁ ଏହି ବଡ଼ ପଥର ଖଣ୍ଡ ରାସ୍ତା ଉପରକୁ ଖସି ପଡ଼ିବା ହେତୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ... କାରଣ ଅସ୍ପଷ୍ଟ

Thu Oct 24 , 2019
ବାସ୍ତବ ବ୍ୟୁରୋ(ଭୁବନେଶ୍ୱର): ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟଣା ଘଟିଛି। ସୂଚନା ଅନୁସାରେ ବାଣୀବିହାରସ୍ଥିତ ସିଣ୍ଡିକେଟ୍‌ ହଲ୍‌ରେ ଏହି ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ସୂତ୍ର ଅନୁସାରେ ଆଜି ସିଣ୍ଡିକେଟ୍‌ ହଲରେ ବୈଠକ ହୋଇଥିଲା। ବୈଠକ ଶେଷ ହେବାର ଅଳ୍ପ କିଛି ସମୟ ପରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି। ନିଆଁଲିଭା କାମ ଜାରି ରହିଥିବାରୁ କ୍ଷୟକ୍ଷତିର […]

You May Like

Pin It on Pinterest