ଆଜି ଖାସ୍ ଖବର…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୦୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୨୫୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୪୧୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୪୯୩୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡ ଓ ଉପରମୁଣ୍ଡରରେ ଲାଗି ରହିଛି ବର୍ଷା । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ବର୍ଷା ଯଦି ଲାଗି ରହେ ଓ ଜଳଭଣ୍ଡାରକୁ ଜଳପ୍ରବେଶ ବଢେ ତେବେ ଆହୁରି ଗେଟ୍ ଖୋଲିବାର ସମ୍ଭାବନା ରହିଛି ।

ଆଜି(ବୁଧବାର) ଦିନିକିଆ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ୫ ଜଣ ବରିଷ୍ଠ ପ୍ରଶାସକ। ଏମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ, 5T ସଚିବ ଭି.କେ ପାଣ୍ଡିଆନ, ଜଳ ସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍.ଭିନିଲ କ୍ରିଷ୍ଣାଙ୍କ ସମେତ NHMର ନିର୍ଦ୍ଦେଶିକା ସାଳିନୀ ପଣ୍ଡିତ। ଜୟପୁରରେ ପହଞ୍ଚିବା ପରେ ଆମ୍ବାଗୁଡା ଯାଈ ସେଠାରେ 5T ଅଧିନରେ ଥିବା ସ୍କୁଲ ବୁଲି ଦେଖିବା ପରେ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ। ସେଠାରେ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ପରେ କୋରାପୁଟ ଆସିଵେ। ଏଠାରେ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ସ୍ଥିତି ଅନୁଧ୍ୟାନ କରିବା ସହ କୋଭିଡ ସ୍ଥିତି ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗର ତଥା ସଂଲଗ୍ନ ବାଂଲାଦେଶରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା ଫଳରେ ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି : ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୧୦ ରୁ ୧୫ ଦିନ ମଧ୍ୟରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ଏବେ କରୋନା ମୃତ୍ୟୁର ଅଡ଼ିଟ କରିବା ପରେ ତଥ୍ୟ ପ୍ରଦାନ କରାଯାଉଛି । ଯେହେତୁ ସେମାନେ ବିଭିନ୍ନ ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି ।  ତେଣୁ ସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦେଉଛୁ : ଡିଏମଇଟି ସିବିକେ ମହାନ୍ତି ।

ନବରଙ୍ଗପୁର ଜିଲ୍ଲାର ରାଇଘର ଓ କୁନ୍ଦେଇ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଜି ମାଓ ବ୍ୟାନର ଲଗା ଯାଇଥିବା ଦେଖିବାକୁ ମିଳିଛି l ଆଜିଠାରୁ ଅର୍ଥାତ ଜୁଲାଇ ୨୮ ତାରିଖଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବାକୁ ମାଓବାଦୀ ପକ୍ଷରୁ ଅନୁରୋଧ କରାଯାଇଛି |

ପୁରୀ ଜିଲ୍ଲା ପିପିଲି ତହସିଲ ଅନ୍ତର୍ଗତ ବୀରପୁରୁଷତୋମପୁର ଗାଁର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରର ସଂରକ୍ଷଣ ତଥା ରତ୍ନଚିରା ମୁହାଣରେ ଥିବା ଐତିହ୍ୟରାଜିର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କରିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବା ନିମନ୍ତେ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱପ୍ନେଶ୍ୱର ମନ୍ଦିର ବିପଦଜନକ ଅବସ୍ଥାରେ ରହିଥିବା ନେଇ କେନ୍ଦ୍ରମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଛନ୍ତି। ଐତିହାସିକ, ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ନିଷ୍ପତି ନେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି୍ ନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୬୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୪୦ ଜଣଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୨ ହଜାର ୦୨୨ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୬ ଲକ୍ଷ ୬୩ ହଜାର ୧୪୭ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୯୯୪୩୬ ।

ଜମ୍ମୁ କାଶ୍ମୀରରେ କିଶତଓ୍ୱାଡାରେ ବାଦଲ ଫାଟିବାରୁ ୪ ଜମଙ୍କ ମୃତଦେହ ଉଦ୍ଧାର ହୋଇଛି । ୩୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ଘର ନଷ୍ଟ ହେବା ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । SDRF ଏବଂ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ।

ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବାସବରାଜ ବୋମ୍ମାଇ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ ବୋମ୍ମଇଙ୍କ ନାମ ମୁଖ୍ୟମନ୍ତ୍ରୀ ହୋଇଥିବା ପିତା-ପୁତ୍ର ଯୋଡ଼ିରେ ସାମିଲ ହୋଇଯିବ । ଉତ୍ତର କର୍ଣ୍ଣାଟକରୁ ଆସିଥିବା ଲିଙ୍ଗାୟତ ନେତା ବାସବରାଜ ବୋମ୍ମାଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଆର ବୋମଇଙ୍କ ପୁତ୍ର । ସେ ୧୯୮୮ରୁ ୧୯୮୯ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ ।

ଭାରତର ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ୮୮ ବର୍ଷ ବୟସରେ ଦେହାନ୍ତ । ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବା ନନ୍ଦୁ ଭାରତର ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି ଥିଲେ । ସେ ୧୯୫୬ ମସିହାରେ ଏହି ସଫଳତା ହାସଲ କରିଥିଲେ ।

ଟୋକିଓ ଅଲିମ୍ପିକ୍ସରେ ଭାରତର ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି । ସିନ୍ଧୁ ହଂକଂ ଖେଳାଳି ୨୧-୯, ୨୧-୧୬ ରେ ପରାସ୍ତ କରିଛନ୍ତି । ସେପଟେ ତୀରନ୍ଦାଜରେ ଭାରତର ତରୁଣଦୀପ ରୟ ରାଉଣ୍ଡ ଅପ୍ ୩୨ରୁ ବାହାରି ଯାଇଛନ୍ତି । ଇଟାଲୀ ଖେଳାଳିଙ୍କ ହାତରେ ତରୁଣଦୀପ ରୟଙ୍କୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଛି ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୯ କୋଟି ୫୯ ଲକ୍ଷ ୨୨ ହଜାର ୭୮ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୧ ଲକ୍ଷ ୯୨ ହଜାର ୧୭୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୭ କୋଟି ୭୬ ଲକ୍ଷ ୨୫ ହଜାର ୧୨୦ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୪୧ ଲକ୍ଷ ୪ ହଜାର ୭୮୨ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଖୁବ୍ ଶୀଘ୍ର ବଦଳିବ ଓଡ଼ିଆ ଭାଷା ଏନ୍ତୁଡ଼ିଶାଳର ରୂପରେଖ,ଐତିହ ବକୁଳବନ ଓ ସାକ୍ଷୀଗୋପୀନାଥ ମନ୍ଦିର ର ହେବ ପୁନଃଉଦ୍ଧାର...

Wed Jul 28 , 2021
ପ୍ରଭାତ କୁମାର ସାହୁ (ସାକ୍ଷୀଗୋପାଳ)ବଦଳିବ ଓଡ଼ିଆ ଭାଷା ଏନ୍ତୁଡ଼ିଶାଳ ର ରୂପରେଖ।ଉଦ୍ଧାର ହେବ ବନ ବିଦ୍ୟାଳୟ।ଶେଷ ହୋଇଛି ବ୍ଲୁ ପ୍ରିଣ୍ଟ। ଖୁବଶୀଘ୍ର ପରିଚିତ ହେବ ସତ୍ୟବାଦୀ ସରା ବିଶ୍ୱରେ ଆଜି ବକୁଳବନ ବୁଲି ଦେଖିଛନ୍ତି ପୁରୀ ଜିଲାପାଳ ଙ୍କ ସହ ସତ୍ୟବାଦୀ ବିଧାୟକ ଏବଂ ବିଭାଗୀୟ ଅଧିକାରୀ ମାନେ। ଖୁବଶୀଘ୍ର ଝଲସିବି ସେହି ଛୁରିଆନା ବକୁଳବନ ବା ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ୟ୍ୟ ହରିହର ଦାସ, […]

You May Like

Pin It on Pinterest