
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି)ଚନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାମ୍ନାକୁ ଆସିଛି ଖୁଲମଖୁଲା ଲାଞ୍ଚ କାରବାରର ଦୃଶ୍ୟ ଦେଖିବାକୁ ମିଳିଛି l ପୂର୍ବରୁ ବହୁତ ଅଭିଯୋଗ ହେଇ ଆସୁଥିବା ପରେ ମଧ୍ୟ ଚାନ୍ଦବାଲି ମେଡିକାଲ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା ପରିଲକ୍ଷିତ ହେଉଛି l ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସମଗ୍ର ଅଞ୍ଚଳ ନିର୍ଭର କରିଥାନ୍ତି l ମୃତ୍ୟୁ ପ୍ରମାଣପତ୍ର ଆବେଦନ ର ୭ ଦିନ ମଧ୍ୟରେ ଦେବାକୁ ନିୟମ ଥିବାବେଳେ ଏଠାରେ ଅତିକମରେ ଦୁଇ ରୁ ତିନି ମାସ ଦୌଡିବା କୁ ପଡିଥାଏ l
ଏହି ବିଭାଗ ରେ ଥିବା କିରାଣୀ ପ୍ରିୟବ୍ରତ ମିଶ୍ର ପ୍ରମାଣପତ୍ର ଦେବାରେ ବିଳମ୍ବ ଏବଂ ସରକାର ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଅର୍ଥ ଆଦାୟ କରୁଥିବା ଅଭିଯୋଗ ବାରମ୍ବାର ମିଳିବା ବର୍ତ୍ତମାନ ପ୍ରିୟବ୍ରତ ମିଶ୍ର ଅଫିସ ଭିତରେ ପଇସା ନେଉଥିବା ଦୃଶ୍ୟ ଆମ କ୍ୟାମେରା ରେ କଏଦ ହୋଇଛି l ତେବେ ସାଙ୍ଗେ ସାଙ୍ଗେ ଶ୍ରୀ ମିଶ୍ର ଲାଞ୍ଚ ନେଇଥିବା ଟଙ୍କା ସବୁ ଟେବୁଲ ତଳେ ଫିଙ୍ଗି ଦେବା ସହ ଲାଞ୍ଚ ନେଉଥିବା କଥା କୁ ଅସ୍ବୀକାର କରିଛନ୍ତି l
ତେବେ ପ୍ରଶ୍ନ ଉଠୁଛି ସରକାର ସ୍ୱାସ୍ଥ୍ୟ ବିଭାଗ କୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବା କଥା କହୁଥିବା ଏବଂ ସ୍ୱାସ୍ଥ୍ୟ ବିଭାଗ କୁ 5T ପରିସର ଭୁକ୍ତ କରିବା ପରେ ମଧ୍ୟ ଦିନ ଦ୍ବିପ୍ରହର ରେ ସାଧାରଣ ଲୋକମାନଙ୍କୁ କିଭଳି ଭାବେ ଲୁଟ କରାଯାଉଛି ଏବଂ ତଥ୍ୟ ସାମ୍ନାରେ ଉପସ୍ଥାପନା କରିବା ପରେ ମଧ୍ୟ ଅଭିଯୋଗ କୁ ଖଣ୍ଡନ କରାଯାଉଛି ଏ ସବୁ କୁ ତଦନ୍ତ କରି ତୁରନ୍ତ ଲାଞ୍ଚ କାରବାର ବନ୍ଦ କରିବା ଏବଂ ଲାଞ୍ଚ ନେଉଥିବା କିରାଣୀ ପ୍ରିୟବ୍ରତ ମିଶ୍ର ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ଲାଞ୍ଚ କାରବାର ପଛରେ ଆଉ କାହା କାହା ସମ୍ପୃକ୍ତି ରହିଛି ତାକୁ ଧରିବା ପାଇଁ ସାଧାରଣରେ ଦାବୀ ଜୋର ଧରିଛି l