
ଦେବାଶିଷ ମିଶ୍ର (କଟକ)ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ମହାନତା। ସୌଭିକ ବିଶ୍ୱାଳ ଜରୁରୀ କାର୍ଯ୍ୟରେ ଭୁବନେଶ୍ୱର ଯାଉଥିବା ବେଳେ କଟକ ପ୍ରତାପ ନଗରୀ ନିକଟରେ NH ରେ ଦୁଇ ଜଣ ଯୁବତୀ ଦୁର୍ଘଟଣା ହୋଇ ରାସ୍ତାରେ ପଡ଼ିଥିବା ଦେଖିଥିଲେ।ନିଜ ଗାଡିରଖି ଘଟଣା ସ୍ଥଳକୁ ଯାଇ,ସଂଗେ ସଂଗେ ନିଜ ଗାଡ଼ିରେ ଏସ.ସି.ବି ମେଡିକାଲକୁ ନେଇଥିଲେ |

ଦୁର୍ଘଟଣାରେ ଜଣେ ଯୁବତୀଙ୍କ ଗୋଡ଼ ଉପରେ ଗାଡି ଚଢିଯାଇଥିବା ବେଳେ ଅନ୍ୟ ଜଣେ ଯୁବତୀଙ୍କ ଛାତି ମୁଣ୍ଡ ରେ ଆଘାତ ଲାଗିଥିଲା।ସୌଭିକ ମେଡିକାଲରେ ଉପସ୍ଥିତ ରହି ନିଜ ତତ୍ୱାବଧାନରେ ସମସ୍ତ ଚିକିତ୍ସା କରାଇଥିଲେ।ବିଧାୟକ ଷୌଭିକଙ୍କର ଏତାଦ୍ରୁସ୍ୟ କାର୍ଯ୍ୟ ପାଇଁ ଉଭୟ ଯୁବତୀଙ୍କର ପରିବାର ସଦସ୍ୟ କୃତଜ୍ଞତା ଜଣାଇଛନ୍ତି |



