ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୫୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୮୩୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୫୬୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୬୭୧୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୫୩୦୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିୟଡକୁ କମ୍ କରାଯାଇଛି । ଏହାଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ଏହା ସହିତ ଉଚ୍ଚପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ ଏବଂ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀଗୁଡିକ ମଧ୍ୟ ପୂରଣ ହୋଇପାରିବ।
ରାଜ୍ୟ ହେବନାହିଁ ଅନଲକ୍ । ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ । ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡ୍ ଲାଇନ୍ ଘୋଷଣା ହେବ । କଟକ, ଭୁବନେଶ୍ଵରରେ କରୋନା ସ୍ଥିତି ସ୍ଥିର ରହିଛି । ଆଗରୁ ୫ ଶହ ଉପରେ ରହୁଥିଲା ପିଜିଟିଭ ସଂଖ୍ୟା। ଏବେ ୪ ଶହରେ ରହିଛି ପଜିଟିଭ ସଂଖ୍ୟା। ବର୍ତ୍ତମାନ ପୁରା ଖୋଲା ଛଡାଯାଇ ପାରିବନାହିଁ : ଡିଏମଇଟି ସିବିକେ ମହାନ୍ତି ।
ଆଜି(ଶୁକ୍ରବାର)ଠୁ ମାଟ୍ରିକ ଅଫଲାଇନ୍ ପରୀକ୍ଷା। ରେଗୁଲାରରେ ୬ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୨୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୫୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୫ ଲକ୍ଷ ୭୨ହଜାର ୩୪୪ରେ ପହଞ୍ଚିଛି। ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୩ ହଜାର ୨୧୭ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୭ ଲକ୍ଷ ୪୩ ହଜାର ୯୭୨ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୦୫୧୫୫।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)ର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି(ଶୁକ୍ରବାର) ପ୍ରକାଶିତ ହେବ । ଦିନ ୨ଟାରେ ରେଜଲ୍ଟ ବାହାରିବ । ଛାତ୍ରାଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳାଫଳ ଦେଖିପାରିବେ ।
୨୦୨୩ରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବେଠୁ ପ୍ରସ୍ତୁତ ହେଲାଣି । ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ତାଙ୍କ ସ୍ଥାନରେ ବାସବରାଜ ବୋମ୍ମଇଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । ଏବେ ଖବର ଆସୁଛି ଯେ, ବିଜେପି କର୍ଣ୍ଣାଟକରେ ୫ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବ ।
ଟୋକିଓ ଅଲିମ୍ପିକ୍ସ୍ ରେ ଭାରତୀୟ ବକ୍ସର ଲବଲୀନା କ୍ୱାର୍ଟର ଫାଇନାଲରେ ନିଜର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ବକ୍ସିଂ ୬୯ କିଲୋଗ୍ରାମ ଇଭେଣ୍ଟ ସେମିଫାଇନାଲ ପ୍ରବେଶ କରି ରଚିଛନ୍ତି ଇତିହାସ । ସେପଟେ ନିରାଶ କଲେ ଓଡ଼ିଶା ଧାବିକା ଦୂତି ଚାନ୍ଦ । ୧୦୦ ମିଟର ଦୌଡ଼ରେ ନିରାଶ କରିଛନ୍ତି କଲେ ଦୂତୀ ଚାନ୍ଦ । ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଛନ୍ତି ଦୂତୀ ଚାନ୍ଦ ।
ବିଶ୍ବବ୍ୟାପୀ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ‘ଉତ୍ତମ ନୀତି’ ଓ ‘ମାନକ’ ନିମନ୍ତେ ଆନ୍ତର୍ଜାତିକ ସ୍ବୀକୃତି ପ୍ରଦାନ କରୁଥିବା ‘କଞ୍ଜର୍ଭେସନ୍ ଆସିଓରଡ୍ ଟାଇଗର୍ ଷ୍ଟାଣ୍ଡାର୍ଡ’ (ସିଏ।ଟିଏସ୍) ଭାରତର ୧୪ଟି ବ୍ୟାଘ୍ର ଅଭୟାରଣ୍ୟକୁ ବୈଶ୍ବିକ ସ୍ବୀକୃତି ଦେଇଛି । ଏହି ୧୪ଟି ବ୍ୟାଘ୍ର ଅଭୟାରଣ୍ୟ ହେଉଛି, ଆସାମର ମାନସ, କାଜିରଙ୍ଗା ଓ ଓରାଙ୍ଗ୍, ପଶ୍ଚିମବଙ୍ଗର ସୁନ୍ଦରବନ, ବିହାରର ବାଲ୍ମିକୀ, ଉତ୍ତର ପ୍ରଦେଶର ଦୁଧୱା, ମଧ୍ୟପ୍ରଦେଶଣ ପନ୍ନା ଓ କାହ୍ନା ଏବଂ ସାତପୁଡ଼ା, ମହାରାଷ୍ଟ୍ରର ପେଞ୍ଚ, ତାମିଲନାଡୁର ଆନାମଲାଇ ଏବଂ ମୁଡୁମଲାଇ, କେରଳର ପରମ୍ବିକୁଲମ୍ ଏବଂ କର୍ଣ୍ଣାଟକର ବନ୍ଦୀପୁର।