ପିତୃ ପୁରଷଙ୍କୁ ପିଣ୍ଡଦାନ ପାଇଁ ସ୍ୱତନ୍ତ୍ର ରେଳ ଗାଡି…

ବବିତା ସାମଲ(ଭଦ୍ରକ)ମହାଳୟା ସମୟରେ ପିତୃ ପୁରଷଙ୍କୁ ପିଣ୍ଡଦାନ ଦେବା ପାଇଁ ଇଣ୍ଡିଆନ ରେଲୱେ କେ୍ଟେରିଙ୍ଗ ଏବଂ ଟୁ୍ରିଜିମ କରୋପରେସନ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି. ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ୨୫ ସେପ୍ଟେମ୍ବର ରୁ ସିକେନ୍ଦ୍ରାବାଦ ଠାରୁ ବାହାରି ଓଡିଶାର ୫ ଗୋଟି ଷ୍ଟେସନ ସହିତ ଭଦ୍ରକ ରେଳ ଷ୍ଟେସନ ଦେଇ ଯିବ. ଏହି ଟ୍ରେନ ଟି ବାରଣାସୀ, ପ୍ରୟାଗରଜ ଓ ଗାୟରେ ରହିବ ବୋଲି ଭଦ୍ରକ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ IRCTC ର ଆଞ୍ଚଳିକ ପରିଚାଳକ ଡ଼ା. କ୍ରାନ୍ତିପି ସ୍ୱାବରକର ସୂଚନା ଦେଇଛନ୍ତି. ସେହିପରି କ୍ରମେ ତୀର୍ଥ ଯାତ୍ରୀ ମାନଙ୍କ ସୁବିଧା ପାଇଁ କୋଭିଡ଼ି ସମୟରେ ଏପରି ସୁବିଧା ରେଳ ବିଭାଗ ପକ୍ଷରୁ କରାଯାଇଛି.

ଏହି ଟ୍ରେନ ରେ ସବୁ ବର୍ଗର ଲୋକମାନେ ତୀର୍ଥ କରିବା ପାଇଁ ଯାଇପାରିବେ.ବିଶେଷ କରି ଏହି ଟ୍ରେନ ଟି ଓଡ଼ିଶାର ବ୍ରହ୍ମପୁର, ଖୋର୍ଦ୍ଧା, ଭୁବେନେଶ୍ୱର, କଟକ, ଯାଜିପୁର, ଭଦ୍ରକ ଓ ବାଲେଶ୍ୱର ଦେଇ ଯିବାକୁ ଥିବାରୁ ଏହି ସବୁ ଜିଲ୍ଲାର ଲୋକମାନେ ବିଶେଷ ସୁବିଧା ପାଇ ପାରିବେ. ତା ସହିତ ଏହି ପକେଜ ଟୁର ରେ ରହିବା, ଖାଇବା ଓ ବୁଲିବାରେ ବ୍ୟବସ୍ଥା କରିବା ସହିତ ଡାକ୍ତର ଟିମ ଓ ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ କରାଯାଇଛି. ତେଣୁ ଲୋକମାନେ ଏହି ସୁବିଧା ଉପ ଲଭଦ କରିବା ପାଇଁ IRCTC ପକ୍ଷରୁ କୁହାଯାଇଛି.

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାଙ୍ଗିଲା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ...

Sat Jul 31 , 2021
ଦୀପକ କୁମାର ସାହୁ (କଳାହାଣ୍ଡି)ଭାଙ୍ଗିଲା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ |ଚିନ୍ତା ରେ ଚାଷି ଚଳିତ ବର୍ଷ ଠାରୁ ଇନ୍ଦ୍ରାବତୀ ରୁ ପ୍ରଥମ ଥର ପାଇଁ ଉଠା ଜଳସେଚନ ରେ କୋକସରା ଓ ଧର୍ମଗଡ ବ୍ଲକ ର ଅଣଜଳସେଚିତ ଚାଷ ଜମି କୁ ପାଣି ଯୋଗାଇବା ପାଇଁ ପାଣି ଛଡା ଯାଇଥିଲା |ହେଲେ ପ୍ରଥମ ବନ୍ୟାଜଳ ନିଷ୍କାସନ ରେ ହିଁ […]

You May Like

Pin It on Pinterest