
ଦେବାଶିଷ ମିଶ୍ର(କଟକ)ଅଜଣା ଗାଡ଼ିଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । କଟକ ଜିଲ୍ଲା ଟାଙ୍ଗିଥାନା ଅନ୍ତର୍ଗତ କହ୍ନେଇ ପୁର ପଞ୍ଚାୟତ ବଡ଼ପୋଖରୀ ଗାଁର ସୁକାନ୍ତ ହେମ୍ରମ ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଅଜଣା ଗାଡ଼ିଧକ୍କା ଦେବାରେ ଘଟଣାସ୍ଥଳରେ ତାଙ୍କର ମୃତୁ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାବାସୀମାନେ ଭଗତପୁର ଠାରୁ ଓସିଏଲ ସିମେଣ୍ଟ କମ୍ପାନୀକୁ ଯାଇଥିବା ରାସ୍ତା ଅବରୋଧ କରିବା ସହ ସେଠାରେ ଉତ୍ତେଜନା ଦେଖା ଦେଖାଦେଇଥିଲା ।
ଟାଙ୍ଗି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରିବା ସହ ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ଦିଆ ଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସୂଚନା ଅନୁଯାୟୀ ଏହି ରାସ୍ତା ଏକ ଘରୋଇ ସିମେଣ୍ଟ କାରଖାନାକୁ ପଡ଼ିଥିବା ବେଳେ ସେହି କମ୍ପାନୀ ଗାଡ଼ି ଦୃଘଟଣା ଘଟାଇଥିବା ଅଭିଯୋଗ କରି ଅଞ୍ଚଳ ବାସି ରାସ୍ତାରୋକ କରିବା ସହିତ ଘଟଣା ସ୍ଥଳେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଘଟଣାର ବିଧିବଦ୍ଧ ତଦନ୍ତ କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକ ମାନେ ରାସ୍ତାରୁ ହଟିଥିଲେ ।



