
ଦେବାଶିଷ ମିଶ୍ର(କଟକ) କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ ଟାଙ୍ଗୀ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଷ୍ଟାର କୃଷି ବିକାଶ କେନ୍ଦ୍ରର ସୁଭ ଉଦ୍ଘାଟନ ଜେନେରାଲ ମ୍ଯାନେଜର ଶ୍ରୀ ପ୍ରିୟବ୍ରତ ପଟନାୟକଙ୍କ ଦ୍ୱାରା ହୋଇଯାଇଛି।କୃଷି ଋଣ ର ପାଧାନ୍ୟତା କୁ ଦୃଷ୍ଟି ରେ ରଖି ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଏହି ଷ୍ଟାର କୃଷି ବିକାଶ କେନ୍ଦ୍ର ର ଶୁଭ ଆରମ୍ଭ କରା ଯାଉଛି। ଶ୍ରୀ ପଟନାୟକ କହିବା ଅନୁଯାୟୀ ଏହା ଗୋଟିଏ କୃଷି ଋଣ କେନ୍ଦ୍ର ।

ଯାହା ଭଦ୍ରକ , କେନ୍ଦ୍ରାପଡା , ଯାଜପୁର , କଟକ ଆଦି ଅଞ୍ଚଳରେ କୃଷି କାର୍ଯ୍ଯ କରୁଥିବା ଲୋକମାନେ ସହଜରେ ଏଠି ଋଣ ପାଇ ପାରିବେ ।ଏଥିପାଇଁ ବ୍ୟାଙ୍କ ତରଫରୁ ଦୁଇ ଜଣ ବ୍ୟାଙ୍କ କର୍ମଚାରୀ ମଧ୍ୟ ନିୟୋଜିତ ହେବେ ।ଆଜି ଏହି ଉଦ୍ଘାଟନ ଉଛବ ରେ ଶ୍ରୀ କମଳ ଲୋଚନ ସେଠି, ଚନ୍ଦ୍ରଶେଖର ସାହୁ , ନିରୂପମା ପ୍ରଧାନ, ମୋନାଲିସା ନାଥ, ହରି ପ୍ରସାଦ ଜେନା, ଶୁଭଲକ୍ଷ୍ମୀ ସାହୁ, ସହିତ ବ୍ୟାଙ୍କ ର ବ୍ରାଞ୍ଚ ମ୍ଯାନେଜର ଶ୍ରୀ ଶିବାଶୀଷ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।