କଟକ ମୋଟର୍ କର୍ମଚାରୀ ୟୁନିଅନ ତରଫରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର….

ଦେବାଶିଷ ମିଶ୍ର (କଟକ)କଟକ ଜିଲ୍ଲାପାଳଙ୍କ ଉଦ୍ଦଶ୍ୟରେ ଦାବୀପତ୍ର,ମୋଟର କର୍ମଚାରୀ ସଂଘ ତରଫରୁ କଟକ ଜିଲ୍ଲାପାଳଙ୍କ ଉଦ୍ଦଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରାଯାଇଛି । ପରିବହନ ଶ୍ରମିକ ମାନଙ୍କୁ ସରକାର କରୋନାରେ ଗାଡ଼ି ବନ୍ଦ ଥିବାରୁ ଆର୍ଥିକ ସହାୟତା ପ୍ରଦାନ ଏବଂ ଅନ୍ୟାନ୍ୟ ସମସ୍ୟା ସମନ୍ଧରେ ଏହି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଆଜି ସଂଘ ତରଫରୁ କାର୍ଯ୍ୟକର୍ତ୍ତା ଓ ସଭ୍ୟ ମାନେ ଏସପି ଅଫିସ୍ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚି ଦାବୀପତ୍ର ପ୍ରଦାନ କରିଥିଲେ ।

ଏହି ଶୋଭାଯାତ୍ରାରେ ସମ୍ପାଦକ ଶିଶୀର ଲେଙ୍କା,ଉପସଭାପତି ବଦ୍ରିନାରାୟଣ ଦାସ, ସହ ସମ୍ପାଦକ ଗଗନ ପରିଡ଼ା,ହିରାଲାଲ୍ ପଣ୍ଡା,କୋଷାଧ୍ୟକ୍ଷ ବିଭୂତି ଭୂଷଣ ରାଉତ,ରଘୁନାଥ ବାରିକ୍,ସୁବାଷ ଚନ୍ଦ୍ର ଜେନା,ପ୍ରତାପ ଚନ୍ଦ୍ର ମହାପାତ୍ର,ଜୟଦେବ ପ୍ରଧାନ,ଗୌରାଙ୍ଗ ଚରଣ ବେହେରା,ରାକେଶ ରାଉତ,ଉମେଶ ଶେଖର ଦଳାଇ ଉପସ୍ଥିତି ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Aug 2 , 2021
 ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୦୩୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୯୭୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୦୫୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୫୮୬୦୧ ଜଣ ସୁସ୍ଥ ହୋଇ […]

You May Like

Pin It on Pinterest