
ଦେବକାନ୍ତ ମହାନ୍ତି,ଚାନ୍ଦବାଲି) ଆଜି ଶ୍ରାବଣ ୨ୟ ସୋମବାର ହୋଇଥିବା ବେଳେ ସେପଟେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପାଞି ଅନୁଯାୟୀ ୩ୟ ପାଳି ପାଳନ କରାଯାଉଛି। ମହାମାରୀ କରୋନାର ଭୟଭୟତାକୁ ନେଇ ସମସ୍ତ ଶିବାଳୟରେ କାଉଡିଆଙ୍କ ଜଳାଭିଷେକ ଉପରେ ରୋକ ଲଗାଇଛନ୍ତି ସରକାର।
ତାହାସହ ସମସ୍ତ ଜଳ ଉତ୍ସ, ନଦୀ ଓ ପୁଷ୍କରିଣୀରେ ଯେପରି କୌଣସି କାଉଡିଆ ଜଳ ନଉଠାଇବେ ସେଥିପାଇଁ କଟକଣା ଜାରୀ କରାଯାଇଛି। ହେଲେ ଅଗଷ୍ଟରେ କଟକଣାକୁ କୋହଳ କରାଯିବା ସହ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲାର ଜିଲାପାଳଙ୍କୁ ଦାୟୀତ୍ବ ଦିଆଯାଇଛି। ହେଲେ ଏପଟେ ଶ୍ରାବଣୀଯାତ୍ରା ଜାରୀ ରହିଥିବାରୁ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ବାବା ଆଖଣ୍ଡଳମଣିଙ୍କ ମନ୍ଦିର କଟକଣା ବଳବତ୍ତର ରଖିଛି ପ୍ରଶାସନ। ଫଳରେ ଭକ୍ତଶୂନ୍ଯ ହୋଇପଡିଛି ମନ୍ଦିର ପରିସର।