
ନିଶ୍ଚିନ୍ତ କୋଇଲି: ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିତକୋଇଲି ଥାନା କଟିକଟା ବଜ଼ାର ରେ ଗତ ଶୁକ୍ରବାର ରାତିରେ ତଥାଗତିତ ଦବଙ୍ଗ ସାମ୍ବାଦିକ, ଫୋକଶ ପ୍ଲସ ର ନିଶ୍ଚିତକୋଇଲି ବ୍ଲକ ପ୍ରତିନଧି ସପ୍ତଜିତ ରାଉଳ | କଟିକଟା ବଜ଼ାର ର ଏକାଧିକ ଦୋକାନୀ ମାନଙ୍କୁ ଧମକ ଚମକ ଦେବା ସହ ଅଶାଳିନ ଭାଷାରେ ଗାଳି ଗୁଲଜ କରିବା ସହ ଦୋକାନୀ ମାନଙ୍କ ଠାରୁ ବିଭିନ୍ନ ଜିନିଷ ନେଇ ପଇସା ଦେଇନଥିଲେ |ଉକ୍ତ ସାମ୍ବାଦିକ ଜଣକ ବଜ଼ାର କମିଟି ର ସଭାପତି ଙ୍କୁ ଫୋନ ଦ୍ୱାରା ଵି ଧମକ ଦେଇଥିଲେ ଏହି ଘଟଣା ପରେ କଟିକଟା ବଜ଼ାର ର ସଭାପତି ନିଶ୍ଚିତକୋଇଲି ଥାନା ରେଏକ ଲିଖିତ ଅଭିଯୋଗ କରିଥିଲେ |

ସମ୍ପୃକ୍ତ ସାମ୍ବାଦ ଦାତାଙ୍କ ବିରୋଧ ରେ ଲିଖିତ ଅଭିଯୋଗ କୁ ଆଧାର କରି ନିଶ୍ଚିତକୋଇଲି ଥାନା କେଶ ନୁମ୍ବର 94/21ରେ ଏକ ମାମଲା ରୁଜୁ ହୋଇଥିଲା ସୂଚନା ଥାଉ କି ନିକଟରେ ସମ୍ପୃକ୍ତ ସାମ୍ବାଦିକ ଜଣକ ନିଶ୍ଚିତକୋଇଲି ବଜ଼ାର ପେଟ୍ରୋଲିଙ୍ଗ କରୁଥିବା ପୋଲିସ କର୍ମ ଚାରିଙ୍କୁ ଦୁବେବହାର କରିବା ଯୋଗୁ ପୋଲିସ ତାକୁ ଚଲାଇ ଚଲାଇ ନେଇଥିଲେ ଏବଂ ଗତ କାଲି କଟିକଟା ବଜ଼ାର ଦୋକାନୀ ମାନେ ନିଶ୍ଚିତକୋଇଲି ଥାନା କୁ ଯାଇ ସମ୍ପୃକ୍ତ ସାମ୍ବାଦିକ କୁ ଗିରଫ କରାଯାଉ ବୋଲି ଅଡ଼ି ଧରିଥିଲେ



