ଆଜିର ଖାସ୍ ଖବର

 ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୪୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୨୩୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୩୫୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୫୧୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୬୩୭୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କରୋନା ମହାମାରୀ ସମୟରେ ସାମଗ୍ରିକ ସ୍ୱାସ୍ଥ୍ୟସେବାର ଏକ ଅଭିନବ ଦିଗ୍‌ଦର୍ଶନ ଦେଇ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି ପ୍ରଫେସର ଡାକ୍ତର ଦୀପକ ରାଉତ ।

ଆସନ୍ତା ୧୬ ତାରିଖ ସୋମବାର ଠାରୁ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ତେବେ ୧୬ ତାରିଖରେ ଶ୍ରୀମନ୍ଦିର ଖୋଲୁଥିଲେ ହେଁ ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇବେ । ପ୍ରଥମ ପାଞ୍ଚଦିନ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଦର୍ଶନ କରିବେ । ଦର୍ଶନ ସମୟରେ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ କରାଯିବ । ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତମାନଙ୍କୁ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଡବଲ୍‌ ଡୋଜ୍‌ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ଜରୁରି ।

ଆଜି(ଗୁରୁବାର)ଠୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ । କେବଳ ଦିନ ବେଳା ପର୍ଯ୍ୟଟକମାନେ ଭିତରକନିକା ଭ୍ରମଣ କରିପାରିବେ । ସେମାନଙ୍କୁ ରାତ୍ରି ଯାପନ ପାଇଁ ଅନୁମତି ଦିଆଯିବ ନାହିଁ । ଭିତରକନିକା ପ୍ରବେଶ କରିବା ପାଇଁ ହେଲେ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି ପ୍ରବେଶ ପଥ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ ।

 ଟୋକିଓ ଅଲିମ୍ପିକ୍ସରେ ଆଜି(ଗୁରୁବାର) ଖେଳାଯାଇଥିବା ଜର୍ମାନୀ ବିପକ୍ଷ ମୁକାବିଲାରେ ଟିମ୍ ଇଣ୍ଡିଆ ୫-୪ ଗୋଲରେ ମ୍ୟାଚ୍ ଜିତି ୪୧ ବର୍ଷ ପରେ ଇତିହାସ ରଚିଛି ଭାରତୀୟ ହକି ଟିମ୍ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ମନ୍ତ୍ରୀ, ଖେଳାଳି ଆଦି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୨୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୩୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୮ ଲକ୍ଷ ୧୨ହଜାର ୧୧୪ରେ ପହଞ୍ଚିଛି। ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୬ ହଜାର ୨୯୦ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୯ ଲକ୍ଷ୭୪ ହଜାର ୭୪୮ରେ ପହଁଚିଥିବା ବେଳେ ୪୧୧୦୭୬ଟି ସକ୍ରିୟ ମାମଲା ରହିଛି ।

କୋଭିଡ୍‌-୧୯ ମହାମାରୀ ହେତୁ ଅନାଥ ‌ହୋଇଥିବା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ‘ଆୟୁଷ୍ମାନ ଭାରତ’ ଯୋଜନାରେ ମାଗଣାରେ ୫ ଲକ୍ଷ୍ ଟଙ୍କାର ସ୍ବାସ୍ଥ୍ୟ ବୀମା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା କଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି । ଏଥିପାଇଁ ‘ପ୍ରାଇମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ୍‌ ଆଣ୍ଡ୍‌ ରିଲିଫ୍‌ ଇନ୍ ଏମର୍ଜେନ୍ସି ସିଚୁଏସନ୍ସ୍‌ ଫଣ୍ଡ୍‌’ରୁ (ପିଏମ୍-କେୟାର୍ସ) ପ୍ରିମିୟମ୍‌ ଦିଆଯିବ ।

କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକ ଅଗଷ୍ଟ ୧୫କୁ ‘କୃଷକ-ଶ୍ରମିକ ସ୍ଵାଧୀନତା ସଂଗ୍ରାମ ଦିବସ’ ପାଳନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଏହି ଦିନ କୃଷକମାନେ ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବାର ଯୋଜନା କରିଛନ୍ତି। ଅଗଷ୍ଟ ୧୫ରେ ବ୍ଲକ, ତହସିଲ ଓ ଜିଲ୍ଲା ମୁଖ୍ୟାଳୟରେ କୃଷକ ଓ ଶ୍ରମିକ ତ୍ରିରଙ୍ଗା ଯାତ୍ରା ବାହାର କରିବେ। ଏହି ସମୟରେ ଜାତୀୟ ପତାକା ଧରି ସମସ୍ତେ ସାଇକେଲ୍, ବାଇକ, ଶଗଡ ଓ ଟ୍ରାକ୍ଟରରେ ବାହାରିବେ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ପ୍ରଶାନ୍ତ କିଶୋର ଇସ୍ତଫା ଦେଇଛନ୍ତି । ଖୁବ ଶୀଘ୍ର ସେ ଏବେ କଂଗ୍ରେସରେ ଯୋଗ ଦେବେ ବୋଲି ସୂଚନା ରହିଛି । ପ୍ରଶାନ୍ତ କଂଗ୍ରେସରେ ସାମିଲ୍ ହେବା ନେଇ ରାହୁଲ ଗାନ୍ଧୀ ଦଳର ଶୀର୍ଷ ନେତା ମାନଙ୍କ ପରାମର୍ଶ ଲୋଡିଥିଲେ। ଏହାପରେ ଦଳର ପ୍ରମୁଖ ନେତା ପ୍ରଶାନ୍ତଙ୍କ ସାମିଲ୍ ନେଇ ଆଗ୍ରହ ରଖିଥିବା ସୂଚନା ରହିଛି।

ଭାରତ ପୂର୍ବ ଲଦାଖରେ ବିଶ୍ବର ସବୁଠୁ ଉଚ୍ଚ ସଡ଼କ ନିର୍ମାଣ କରିଛି । ୧୯,୩୦୦ ଫୁଟ୍‌ ଉଚ୍ଚତାରେ ଏହି ସଡ଼କ ନିର୍ମାଣ କରିଛି ବିଆର୍‌ଓ (ବର୍ଡର ରୋଡ୍‌ ଅର୍ଗାନାଇଜେସନ୍‌)। ମାଉଣ୍ଟ୍‌ ଏଭରେଷ୍ଟ୍‌ ବେସ୍‌ କ୍ୟାମ୍ପ୍‌ଠାରୁ ଅଧିକ ଉଚ୍ଚତାରେ ଏହା ନିର୍ମାଣ ହୋଇଛି । ଉମ୍‌ଲିଙ୍ଗ୍‌ଲା ପାସ୍‌ ନିକଟରେ ୧୯,୩୦୦ ଫୁଟ୍‌ ଉଚ୍ଚତାରେ ନିର୍ମାଣ ହୋଇଥିବା ଏହି ରାସ୍ତା ବଲିଭିଆରେ ୧୮,୯୫୩ ଫୁଟ୍‌ ଉଚ୍ଚତାରେ ଥିବା ଏକ ସର୍ବୋଚ୍ଚ ରାସ୍ତାର ରେକର୍ଡକୁ ଭାଙ୍ଗି ଦେଇଛି।

ବୁଧବାରଠୁ ଆରମ୍ଭ ହୋଇଛି ଭାରତର ପ୍ରଥମ ସ୍ଵଦେଶ ନିର୍ମିତ ବିମାନବାହକ ଯୁଦ୍ଧ ଜାହାଜ ‘ ଆଇଏନଏସ ବିକ୍ରାନ୍ତ’ର ସମୁଦ୍ରରେ ବହୁ ପ୍ରତୀକ୍ଷିତ ପରୀକ୍ଷଣ । ଏହା ଦେଶରେ ନିର୍ମିତ ସବୁଠୁ ବଡ ଓ ବିଶାଳକାୟ ଯୁଦ୍ଧପୋତ। ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୯ ଲକ୍ଷ ୨୬ ହଜାର ୫୮୦ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୨ ଲକ୍ଷ ୬୮ ହଜାର ୮୬୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟି ୮ ଲକ୍ଷ ୮୮ ହଜାର ୮୩୧ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୫୭ ଲକ୍ଷ ୬୮ ହଜାର ୮୮୫ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶେଷ ହେଲା ଅସନ୍ତୁଷ୍ଟ ମାଟ୍ରିକ ପରୀକ୍ଷାର୍ଥୀ ମାନଙ୍କ ପରୀକ୍ଷା...

Thu Aug 5 , 2021
କଟକ:(ଦୀପକ୍ କୁମାର ବେଉରା) ମ୍ୟାଟ୍ରିକ ପରୀକ୍ଷା ଫଳା ଫଳକୁ ନେଇ ଥିବା ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ଦେଇଛନ୍ତି ଅଫଲାଇନ ପରୀକ୍ଷା । ଜୁଲାଇ ମାସ ୩୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ଅଫଲାଇନ ପରୀକ୍ଷା ଆଜି ଶେଷ ହୋଇଛି । ରାଜ୍ୟରେ ମୋଟ ୫୦୪ଟି କେନ୍ଦ୍ରରେ ୧୫,୧୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ଏହି ଅଫଲାଇନ ପରୀକ୍ଷାରେ ଛାତ୍ରଛାତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ପ୍ରଶ୍ନପତ୍ର ଅଦଳବଦଳ […]

You May Like

Pin It on Pinterest