ଆସନ୍ତା କାଲି ଶପଥ ନେବେ ହରିୟାଣାର ମୁଖ୍ୟମନ୍ତ୍ରୀ

ବାସ୍ତବ ବ୍ୟୁରୋ(ନୂଆଦିଲ୍ଲୀ): ଆସନ୍ତା କାଲି ଦୀପାବଳି ଦିନ ଦ୍ୱିତୀୟ ପାଳି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମନୋହର ଲାଲ୍‌ ଖଟ୍ଟର। ରବିବାର ଅପରାହ୍ଣ ୨ଟା ବେଳେ ଆୟୋଜନ କରାଯିବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେବେ। କିନ୍ତୁ, କିଏ ଉପମୁଖ୍ୟମନ୍ତ୍ରୀ ହେବେ ତାହା ସ୍ଥିର କରାଯାଇ ନାହିଁ।

ରବିବାର ଦିନ ହେବାକୁ ଯାଉଥିବା ଏହି ଶପଥ ଗ୍ରହଣ ଉତ୍ସବରେ ଖଟ୍ଟରଙ୍କ କ୍ୟାବିନେଟ୍‌ର ମନ୍ତ୍ରୀ ପରିଷଦ୍‌ ଶପଥ ନେଇ ନ ପାରନ୍ତି। ହରିୟାଣାରେ ସରକାର ଗଠନ କରିବାକୁ ବିଜେପି ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନଶକ୍ତି ପାର୍ଟି ସହ ମେଣ୍ଟ କରିଛନ୍ତି। ଶୁକ୍ରବାର ଦିନ ବିଜେପି ଓ ଜେଜେପି ନେତାମାନଙ୍କର ମିଳିତ ବୈଠକ ପରେ କେନ୍ଦ୍ର ଗୃହମନ୍ତ୍ରୀ ମେଣ୍ଟ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଥିଲା।

ଦୁଷ୍ୟନ୍ତ ହରିୟାଣାର ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି। କିନ୍ତୁ, ଉପମୁଖ୍ୟମନ୍ତ୍ରୀ ଭାବେ ଶନିବାର ଦିନ ତାଙ୍କ ମାଆ ଓ ଜେଜେପି ନେତ୍ରୀ ନୈନା ସିଂହ ଚୌତାଲାଙ୍କ ନାମ ଉଠିଛି।ନୈନା ଜେଜେପି ଟିକେଟ୍‌ରେ ବଧ୍ରା ବିଧାନସଭା ଆସନରୁ ବିଜୟିନୀ ହୋଇଛନ୍ତି।

ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଆଯିହିଁ ଡାଉନ୍ ଲୋଡ୍ କରନ୍ତୁ…bastabtv APP ଆପଣଙ୍କ ସ୍ମାର୍ଟ ଫୋନ୍ ର ପ୍ଲେଷ୍ଟୋର ରୁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଯୋଧ୍ୟାରେ ଜଳିବ ୫ ଲକ୍ଷ ୫୧ହଜ଼ାର ଦୀପ...ଦୀପାବଳି ରେ

Sat Oct 26 , 2019
ବାସ୍ତବ ବ୍ୟୁରୋ (ଲକ୍ଷ୍ନୌ): ଆଜି ଦୀପାବଳି ଅବସରରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଦୀପ ଉତ୍ସବର ଆୟୋଜନ କରାଯାଇଛି । ଏଥିପାଇଁ ଉତ୍ତର ପ୍ରଦେଶ ସରକାର ବ୍ୟାପକ ଆୟୋଜନ କରିଛନ୍ତି । ତାହା ଅନୁଯାୟୀ ଆଜି ଅଯୋଧ୍ୟାର ୧୨ଟି ଘାଟରେ ୫ ଲକ୍ଷ ୫୧ ହଜାର ଦୀପ ଜଳିବ । ଏହି ଅବସରରେ ରାଜ୍ୟ ସରକାର ୨୨୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ବୋଲି […]

You May Like

Pin It on Pinterest