
ସମ୍ବଲପୁର:(ନନ୍ଦିନୀ ପ୍ରଧାନ)ସମ୍ବଲପୁର ଠାରେ ହରିଜନ ମାନଙ୍କୁ ଜାତିଆଣ ଆକ୍ଷେପ କରିଥିବା ବ୍ୟକ୍ତି ଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ଜନ ଆନ୍ଦୋଳନ କରିବାକୁ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି । ପରିଷଦ ଅଭିଯୋଗ କରିଛି ଯେ ସମ୍ବଲପୁର ଉନ୍ନୟନ ପ୍ରାଧିକରଣ ର ପୁର୍ବତନ ଅଧ୍ୟକ୍ଷ ଜୟବ୍ରତ ଦେ ଜିଲ୍ଲାର ହରିଜନ ମାନଙ୍କ ବିଷୟରେ ଜାତିଆଣ ଆକ୍ଷେପ କରିଥିବାରୁ ତାଙ୍କ ବିରୋଧରେ କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ଯଦିପୋଲିସ ୪୮ ଘଣ୍ଟା ଭିତରେ ଜୟବ୍ରତ ଦେ ଙ୍କୁ ଗିରଫ ନକଲେ କ୍ଷେତରରାଜପୁର ପୋଲିସ ଷ୍ଠେସନ ସହ ଏସପି ଅପିସ ବାହାରେ ଜନ ଆନ୍ଦୋଳନ କରାଯିବ ବୋଳି ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିହାଲ ସିଂ ଆଜି ଚେତାବନୀ ଦେଇଛନ୍ତି ।



