ଅଯୋଧ୍ୟାରେ ଜଳିବ ୫ ଲକ୍ଷ ୫୧ହଜ଼ାର ଦୀପ…ଦୀପାବଳି ରେ

ବାସ୍ତବ ବ୍ୟୁରୋ (ଲକ୍ଷ୍ନୌ): ଆଜି ଦୀପାବଳି ଅବସରରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଦୀପ ଉତ୍ସବର ଆୟୋଜନ କରାଯାଇଛି । ଏଥିପାଇଁ ଉତ୍ତର ପ୍ରଦେଶ ସରକାର ବ୍ୟାପକ ଆୟୋଜନ କରିଛନ୍ତି । ତାହା ଅନୁଯାୟୀ ଆଜି ଅଯୋଧ୍ୟାର ୧୨ଟି ଘାଟରେ ୫ ଲକ୍ଷ ୫୧ ହଜାର ଦୀପ ଜଳିବ । ଏହି ଅବସରରେ ରାଜ୍ୟ ସରକାର ୨୨୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ବୋଲି ମଧ୍ୟ ଜଣାଯାଇଛି ।ସନ୍ଧ୍ୟା ୬ଟାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଫିଜି ଗଣରାଜ୍ୟର ଉପସଭାପତି ଏବଂ ସାଂସଦ ବୀଣା ଭଟ୍ଟନାଗରଙ୍କ ସମେତ ମନ୍ତ୍ରୀମାନେ ଯୋଗ ଦେବେ ।

ଇତିମଧ୍ୟରେ ଶ୍ରୀରାମଙ୍କ ସଂପର୍କୀତ ବିଭିନ୍ନ ମେଢ଼ର ଏକ ଭବ୍ୟ ଶୋଭାଯାତ୍ରା ସାକେତ ମହାବିଦ୍ୟାଳୟଠାରୁ ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ଦେଶରୁ ଶିଳ୍ପୀ ଭାଗ ନେଉଛନ୍ତି । ଶ୍ରୀରାମ-ସୀତାଙ୍କ ରାମକଥା ପାର୍କରେ ହେଲିକପ୍ଟରରୁ ପ୍ରତୀକାତ୍ମକ ଅବତରଣ ଓ ଭରତ ମିଳନ କାର୍ଯ୍ୟକ୍ରମ ହେବାର କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହା ପରେ ରାମକଥା ପାର୍କରେ ଶ୍ରୀରାମ-ଜାନକୀଙ୍କ ପୂଜାର୍ଚ୍ଚନା, ବନ୍ଦନା, ଆରତୀ ହେବ ବୋଲି ଜଣାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଟ୍ରାଇର ନୂଆ ନିୟମ: KYC ଦାଖଲ ଅନିବାର୍ଯ୍ୟ

Sat Oct 26 , 2019
ବାସ୍ତବ ବ୍ୟୁରୋ (ନୂଆଦିଲ୍ଲୀ):ଏବେ ଟିଭି ଦେଖୁଥିବା ଲୋକଙ୍କ ପାଇଁ ଟ୍ରାଇ ନୂଆ ନିୟମ ଲାଗୁ କରିଛି । ଟ୍ରାଇ ଡିଟିଏଚ୍ ସବସ୍କ୍ରାଇବରଙ୍କ ପାଇଁ KYC (know your customer) ଅନିବାର୍ଯ୍ୟ କରିଦେଇଛି । ଟ୍ରାଇ ତରଫରୁ ଦେଶର ସବୁ ଡିଟିଏଚ୍ ଅପରେଟର୍ସଙ୍କୁ ସୂଚନା ଦିଆଯାଇଛି ଯେ ତାଙ୍କ ପାଇଁ ଏବେ ସବସ୍କ୍ରାଇବରଙ୍କ  କେୱାଇସି କରିବା ନିହାତି ଜରୁରୀ । ନୂଆ ସିମ୍ କିଣିଲେ ଯେଉଁ ପ୍ରକ୍ରିୟାରେ ବ୍ୟବହାର କରାଯାଏ ବର୍ତ୍ତମାନ […]

You May Like

Pin It on Pinterest