ଭାରତ ବଂଚାଅ ଦିବସ ରେ ବାମପନ୍ଥୀ ଗଣସଂଗଠନ ଗୁଡ଼ିକ ପକ୍ଷରୁ ଚାନ୍ଦବାଲି ରେ ବିକ୍ଷୋଭ…

ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ୦୯//୦୮//୨୦୨୧। ଆଙ୍କର-ଚାଷୀ ବିରୋଧୀ ୩ଟି କଳା କୃଷି ଆଇନ -୨୦୨୦ ବାତିଲ କରିବା, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ ରଦ୍ଦ କରିବା, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ରେ ବର୍ଷ କୁ ୨୦୦ଦିନର କାମ ଯୋଗାଇ ଦେବା ଓ ମଜୁରୀ ଦୈନିକ ୬୦୦ଟଙ୍କା ଲେଖାଏଁ ପ୍ରଦାନ କରିବା , ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମ ପଞ୍ଚାୟତ ରେ ହୋଇଥିବା କଣ୍ଟ୍ରୋଲ ସାମଗ୍ରୀ ହଡପ ଘଟଣା ର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ, ବାତ୍ଯା ୟସ ରେ ନୂଆଗାଁ ଗ୍ରାମ ପଞ୍ଚାୟତକୁ ଆସିଥିବା ଗୋଖାଦ୍ୟ ହଡପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି, ଐତିହାସିକ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ଓ ” ଭାରତ ବଞ୍ଚାଅ ଦିବସ ” ପାଳନ ଅବସରରେ ଅଖିଳ ଭାରତ କୃଷକ ସଭା ସହବଂଧିତ ଓଡିଶା କୃଷକ ସଭା, ସିଆଇଟିୟୁ ଓ ଅଖିଳ ଭାରତ କୃଷି ଶ୍ରମିକ ସଂଘ ସହବଂଧିତ ଓଡିଶା କ୍ଷେତମଜଦୂର ୟୁନିୟନ ପକ୍ଷରୁ ମିଳିତ ଭାବେ ସିପିଆଇଏମ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ଠାରୁ ଏକ ଲାଲ ଶୋଭାଯାତ୍ରାରେ ବାହାରି ଚାନ୍ଦବାଲି ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଚାନ୍ଦବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଆନ୍ଦୋଳନରେ ଓଡିଶା କୃଷକ ସଭା ଯୁଗ୍ମ ସଂପାଦକ ବିକାଶ ନାଥ, ସିଆଇଟିୟୁ ଚାନ୍ଦବାଲି ବ୍ଲକ ସଭାପତି ମଳୟ ଭୋଇ, ଓଡିଶା କ୍ଷେତମଜଦୂର ୟୁନିୟନ ବ୍ଲକ ସଭାପତି ଘନଶ୍ୟାମ ଦାସ, ଯୁବ ନେତା ମାନସ ମହାଳିକ, ବାଦଲ ମଲ୍ଲିକ, ରାଜେନ୍ଦ୍ର ନାଥ , ଶ୍ରୀକାନ୍ତ ସିଂ, ଶ୍ରୀତମ ମହାଳିକ, ରାଜେନ୍ଦ୍ର ନାଥ,ମନ୍ମଥ ବେହେରା, ଲିଟନ ପ୍ରସାଦ ନାଥ,ସୁକାନ୍ତ ପ୍ରଧାନ, ଚାଷୀ ନେତା ରମାକାନ୍ତ ବେହେରା, ଦୁର୍ଯ୍ୟୋଧନ ପ୍ରଧାନ,ବ୍ରହ୍ମାନନ୍ଦ ପରିଡା, ଅଭିରାମ ବଳ,ଗୌରାଙ୍ଗ ଯେନା, ଦିବାକର ସେନାପତି, ବିଜୟ ନାଥ, ମହିଳା ନେତ୍ରୀ କାମିନୀ ଭୋଇ, ରେସମ ବେଗମ୍, ରେଣୁକା ମହାରାଜ, ଲକ୍ଷ୍ମୀ ଦାସ, କବିତା ପାତ୍ର, ସୁରତି ଦାସ, ଶ୍ରମିକ ନେତା ଅକ୍ଷୟ ସେଠୀ, ନକୁଳ ମଲ୍ଲିକ ପ୍ରମୁଖ ଯୋଗଦେଇ ନେତୃତ୍ବ ନେଇଥିଲେ । ଏହି ଆନ୍ଦୋଳନରେ ଶତାଧିକ ଚାଷୀ, ଶ୍ରମିକ ଓ କ୍ଷେତମଜଦୂର ଯୋଗଦେଇ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର କ୍ରାନ୍ତି ଦିବସରେ ପାଞ୍ଚ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ...

Tue Aug 10 , 2021
ବବିତା ସାମଲ (ଭଦ୍ରକ) କ୍ରାନ୍ତି ଦିବସରେ ପାଞ୍ଚ ଦଫା ଦାବିନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା |ଭଦ୍ରକ ଜିଲ୍ଲାରେ ସାତଟି ସଂଗଠନରେ ରାଜ୍ୟ ଓ ଜିଲ୍ଲା ନେତୃତ୍ୱ ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ |ଦାବି ଅନୁସାରେ ଅବସରକାଳୀନ ବୟସ ବୃଦ୍ଧି, ଖାଲି ପଡ଼ିଥିବା ପଦବୀ ପୁରଣ,ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ତୁରନ୍ତ ଚାକିରୀ ସର୍ତାବାଳି ପ୍ରଦାନ, […]

You May Like

Pin It on Pinterest