ମଦ ବିରୋଧି ଆନ୍ଦୋଳନ ତାତିଲେ କଟକିଆ…

କଟକ:(ଦୀପକ୍ କୁମାର ବେଉରା) କଟକ ସହରରେ ତୀବ୍ର ହେଲା ମଦ ବିରୋଧୀ ଆନ୍ଦୋଳନ । ପ୍ରଥମ ବିଭିନ୍ନ ଦଳର ନାରାବାଜୀ ପରେ ଏବେ ତାତିଛନ୍ତି କଟକିଆ । ରାଜାବଗିଚା ଲେବର କଲୋନୀରେ ଥିବା ବିଦେଶୀ ମଦକୁ ସେଠାରୁ ଉଠେଇବା ପାଇଁ ଜୋର ଧରିଛି ସ୍ଥାନୀୟ ବାସିନ୍ଦାଙ୍କ ସ୍ବର ।କାରଣ ବର୍ତ୍ତମାନ ସମୟରେ ଯୁବବର୍ଗଙ୍କୁ ବିପଥଗାମୀ କରୁଛି ଏହି ମଦ । ତେବେ ଏହି ଆନ୍ଦୋଳନ ଆଜିଠୁ ଆରମ୍ଭ ହୋଇଛି ।

ଯଦି ସରକାର ଏହି ଦିଗରେ କିଛି ପଦକ୍ଷେପ ନ ନେଲେ ତେବେ ଆଗମୀ ଦିନରେ କଟକରେ ଉଗ୍ର ରୂପ ନେବ ମଦ ବିରୋଧୀ ଆନ୍ଦୋଳନ । ଜିଲ୍ଲାର ସ୍କୁଲ, କଲେଜ, ମନ୍ଦିର, ମସଜିଦ ସାମ୍ନାରେ ଖୁଲମଖୋଲା ଭାବେ ମଦ ଦୋକାନ ଖୋଲାଯାଇ ବ୍ୟବସାୟ କରାଯାଉଛି । ମଦ ବ୍ୟବସାୟ ଉପରେ ରୋକ ଲଗାଇବା ପାଇଁ ଗତ କିଛି ଦିନ ତଳେ ରାଜ୍ୟ ଅବକାରୀ ନିର୍ଦ୍ଦେଶାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲା କଂଗ୍ରେସ ଦଳ ।

ଏଥିପାଇଁ ଆଜିର ଯୁବଗୋଷ୍ଠୀ ତଳିତଳାନ୍ତ ହେଉଛନ୍ତି ବୋଲି ଅଭିଯୋଗ କରିଥିଲା କଂଗ୍ରେସ । ସେହିପରି ଯଦି ଆଗାମୀ ଦିନରେ କଟକରେ ମାତ୍ରାଧିକ ମଦ ଦୋକାନ ଖୋଲିବା ନେଇ ଅବକାରୀ କମିଶନର ନିର୍ଦ୍ଦେଶ ଦିଅନ୍ତି, ତେବେ କଂଗ୍ରେସ ଏହାର ଉଚିତ ଜବାବ ଦେବ ବୋଲି ଚେତାବନୀ ଦେଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଂଚଳରୁ ଚୋରି ୨୦ଟି ବାଇକ୍ ଜବତ ସହ ୧୫ଜଣ ଗିରଫ୍....

Fri Aug 13 , 2021
ନନ୍ଦିନ ପ୍ରଧାନ(ସମ୍ବଲପୁର) ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ଜ଼ୀଲ୍ଲାର ତିନଟି ଥାନା ଅଞ୍ଚଳରୁ ଚୋରି ହୋଇଥିବା ୨୦ଟି ବାଇକ ଜବତ ହେବା ସହ ବ୍ରଜରାଜନଗର ଥାନା ଅଞ୍ଚଳରୁ ଚୋରି ହୋଇଥିବା ଏକ ବୋଲେର ମଧ୍ୟ ଜବତ କରିଛି ସମ୍ବଲପୁର ପୋଲିସ। ଏହି ଚୋରି ମାମଲାରେ ୧୫ ଜଣକୁ ଗିରଫ କରିଛି ଟାଉନ ଥାନା, ଧନୁପାଲି ଥାନା ଓ ରେଙ୍ଗାଲି ଥାନାର ପୋଲିସ। ଏହି ଚୋରି କାରବାରରେ ୩ […]

You May Like

Pin It on Pinterest