
କଟକ:(ଦୀପକ୍ କୁମାର ବେଉରା) OSSC କର୍ମଚାରୀ ବିରଞ୍ଚି ସାହୁଙ୍କ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ । ଜାମିନ ମଞ୍ଜୁର କଲେ ମାନ୍ୟବର ହାଇକୋର୍ଟ । ତଦନ୍ତରେ ସହଯୋଗ କରିବା ଲାଗି ସର୍ତ୍ତ ରଖିଛନ୍ତି ହାଇକୋର୍ଟ ।
ତେବେ ପ୍ରଥମେ ବିରଞ୍ଚି ଙ୍କ ସଢୁଙ୍କ ଆଗୁଆ ଜାମିନ ଆବେଦନ ପରେ, ବିରଞ୍ଚିଙ୍କ ପତ୍ନୀ ଜାମିନ ଆବେଦନ କରିଥିଲେ । ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ପତ୍ନୀ ସୁଧାଂଶୁବାଳା ସାହୁ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ଆଜି ଶୁଣାଣି କରି ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ ।ସୂଚନା ଅନୁଯାୟୀ ବିରଞ୍ଚି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ମାମଲାରେ ତାଙ୍କ ପତ୍ନୀ ଏବଂ ସଢୁଙ୍କ ହାତ ଥିବା ଅଭିଯୋଗ ମଧ୍ୟ ହୋଇଥିଲା । ପତ୍ନୀଙ୍କ ନାଁରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇ ଥିବାବେଳେ ସଢୁଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ମିଳିଥିଲା । ତେବେ ଉଭୟ ଭିଜିଲାନ୍ସ ନଜରରେ ଥିବାରୁ ଆଗୁଆ ଜାମିନ ଆବେଦନ କରିଥିଲେ ।



