ଆଜିର ଖାସ୍ ଖବର

ଦିନକ ପରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୯୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୮୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୭୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୫୩୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୮୦୪୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୯୩ଟି କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରେ ଶୂନ୍‌ରୁ ୧୮ ବର୍ଷ ମଧ୍ୟରେ ୧୩୮ ଜଣ ଛୁଆ ଅଛନ୍ତି।

ରାଉରକେଲା ଗସ୍ତରେ ଯିବେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିନିଲ କ୍ରିର୍ଷ୍ଣା, ଜାତୀୟ ସ୍ଵାସ୍ଥ୍ୟ ମିଶନ ସଚିବ ସାଳିନୀ ପଣ୍ଡିତ । ୨୦୨୩ରେ ରାଉରକେଲାରେ ଖେଳ ହେବାକୁ ଥିବା ପୁରୁଷ ମହିଳା ବିଶ୍ବ ହକି କପ୍ ପାଇଁ ପ୍ରସ୍ତୁତିର କରିବେ । ବିପିୟୁଟି ପରିସରରେ ନିର୍ମାଣଧିନ ବିଶ୍ବସ୍ତରୀୟ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡ଼ିୟମ ପରିଦର୍ଶନ କରିବା ସହ ଛେଣ୍ଡରେ ନିର୍ମାଣ ହେବାକୁ ଯାଉଥିବା ସାଇନ୍ସ ପାର୍କ ସହ ପ୍ଳାନିଟୋରିୟମ, ପାନପୋଷ ହକି ଛକରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବିଜୁ ପଟ୍ଟନାୟକ ଇନଡ଼ୋର ଷ୍ଠାଡ଼ିୟମ , ବୀର ବିର୍ଶାମୁଣ୍ଡା ଛକରେ ନିର୍ମାଣଧିନ ଅତ୍ୟାଧୁନିକ ସ୍ପୋର୍ଟ କପ୍ଳେକ ପରିଦର୍ଶନ କରିବା ସହ ସ୍ଵାସ୍ଥ୍ୟ ସେବାର ଜାଞ୍ଚ କରିବା ପାଇଁ ରାଉରକେଲା ସରକାରୀ ଡ଼ାକ୍ତରଖାନା ପରଦର୍ଶନ କରିବେ ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୧୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୨ ଲକ୍ଷ ୮୫ହଜାର ୮୫୭ରେ ପହଞ୍ଚିଛି।ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୨ ହଜାର ୫୧୯ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୪ ଲକ୍ଷ ୮୫ହଜାର ୯୨୩ରେ ପହଁଚିଥିବା ବେଳେ ୩,୩୬,୪୧୫ଟି ସକ୍ରିୟ ମାମଲା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ : ଭାରତର ନାଗରିକତ୍ୱ ଗ୍ରହଣ କରିବାକୁ ଚାହୁଁଥିବା ଆଫଗାନିସ୍ତାନର ସଂଖ୍ୟା ଲଘୁଙ୍କୁ ଭାରତ ଆଶ୍ରୟ ଦେବ। ଆଫଗାନିସ୍ତାନରେ ରହୁଥିବା ସଂଖ୍ୟା ଲଘୁ ଏବେ ଭାରତରେ ଆଶ୍ରୟ ନେବା ପାଇଁ ଆବେଦନ କରୁଛନ୍ତି। ଏହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍)ରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା । ଯେଉଁଥିରେ ଭାରତର ନାଗରିକତ୍ୱ ଗ୍ରହଣ କରିବାକୁ ଚାହୁଁଥିବା ସେଠିକାର ସଂଖ୍ୟା ଲଘୁ ଶ୍ରେଣୀରେ ଥିବା ଶିଖ ଏବଂ ହିନ୍ଦୁମାନଙ୍କୁ ଆଶ୍ରୟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୯୩ ଲକ୍ଷ ୨୬ ହଜାର ୯୦୩ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୩ ଲକ୍ଷ ୯୩ ହଜାର ୪୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟି ୭୬ ଲକ୍ଷ ୨୨ ହଜାର ୯୭୫ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୭୩ ଲକ୍ଷ ୧୦ ହଜାର ୫୧୬ ଜଣ ଲୋକ ସକ୍ରିୟ ଅଛନ୍ତି

ତାଲିବାନ ବିରୋଧରେ ଲଢ଼େଇ ପାଇଁ ଅଣ୍ଟା ଭିଡିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେ । ତାଲିବାନ ବିରୋଧରେ ସ୍ୱର ଉଠାଇବା ସହ ନିଜକୁ ସେ ଦେଶର ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଅସରଫ ଗନି ଦେଶଛାଡ଼ି ପଳାଇ ଯାଇଥିବାରୁ ସମ୍ବିଧାନ ଅନୁସାରେ ସେ ରାଷ୍ଟ୍ରପତି ହେବାକୁ ଯୋଗ୍ୟ ବୋଲି ଅମରୁଲ୍ଲା କହିଛନ୍ତି । କେବଳ ଏତିକି ନୁହେଁ, ତାଲିବାନ ବିରୋଧରେ ଏକାଠି ହେବାକୁ ସେ ଲୋକମାନଙ୍କୁ ଅପିଲ୍ କରିଛନ୍ତି । ଅମରୁଲ୍ଲା କହିଛନ୍ତି, ସେ କେବେ ବି ତାଲିବାନ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ।

ଆଫଗାନିସ୍ତାନ ଉପରେ ତାଲିବାନ ନିଜର ଆଧିପତ୍ୟ ବିସ୍ତାର କରିଛି । ଏବେ ଦେଶର ମହିଳା ସୈନିକଙ୍କର ଚିନ୍ତା ବଢ଼ିଯାଇଛି । ସେମାନଙ୍କୁ ଭୟ ଯେ, ତାଲିବାନ ଆତଙ୍କବାଦୀମାନେ ଦୁଷ୍କର୍ମ କରିବାକୁ ମଧ୍ୟ ପଛେଇ ନପାରନ୍ତି । ଏଥି ସହିତ ସେମାନଙ୍କର ପରିବାରକୁ ଶେଷ କରିବା ପାଇଁ ମଧ୍ୟ ପଛଘୁଂଛା ଦେଇ ନପାରନ୍ତି । ଆଫଗାନିସ୍ତାନ ନ୍ୟାସନାଲ ଆର୍ମିରେ ଯୋଗଦେଇଥିବା କୁବରା ବେହରୋଜଙ୍କ କହିବା ଅନୁସାରେ ସେ ଯଦି ତାଲିବାନ ଅଧିନରେ କାମ କରିବେ, ତା’ହେଲେ ଜାଣି ହେଉ ନାହିଁ ଯେ, ଭାଗ୍ୟ କେଉଁଠି ପହଂଚିବ । କୁବରା ବେହରୋଜଙ୍କ କହିବା ଅନୁସାରେ ତାଲିବାନ ଯଦି ସେମାନଙ୍କୁ ଧରିନିଏ, ତାହେଲେ ମୁଣ୍ଡକାଟ କରିବ । “ମୋର ଭୟ ଯେ, ସୈନିକ ହୋଇଥିଲେ ବି ସେମାନେ ଅପହରଣ କରିବାକୁ ପଛେଇବେ ନାହିଁ । ଜେଲରେ ଭର୍ତ୍ତି କରିଦେବେ ଏବଂ ଦୁଷ୍କର୍ମ କରିବେ । ମୋତେ ମୋର ଭବିଷ୍ୟତ ଏବଂ ପରିବାର ନେଇ ଚିନ୍ତା ଜାତ ହୋଇଛି । ”   

ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନନୀମାନେ ମହିଳା ସାମ୍ବାଦିକା ଆଙ୍କରିଂ ଉପରେ ପ୍ରତିବନ୍ଧକ ଲଗାଇଛି । ତାଲିବାନ ଦ୍ୱାରା ଏକ ସରକାରୀ ନ୍ୟୁଜ୍ ଚ୍ୟାନେଲର ଜଣେ ମହିଳା ନ୍ୟୁଜ୍ ଆଙ୍କରଙ୍କୁ ବରଖାସ୍ତ କରାଯାଇଛି । ବର୍ତ୍ତମାନ ତାଲିବାନ ଆଙ୍କର୍ ଟିଭିରେ ଖବର ପଢିବେ । ବର୍ତ୍ତମାନ ତାଲିବାନ କହୁଛି ମହିଳାମାନଙ୍କୁ କେବଳ ସରିଆ ନିୟମ ଅନୁଯାୟୀ କାମ କରିବାକୁ ଅନୁମତି ଦିଆଯାଇଛି ।

ଆଫଗାନିସ୍ତାନ ଅକ୍ତିଆର କରିବା ପରେ ତାଲିବାନ ନିଜକୁ ନୂଆ ସରକାର ଭାବେ ଘୋଷଣା କରିଛି । ଏହାରି ଭିତରେ ଫେସବୁକ୍ ତାଲିବାନକୁ ନିଜ ପ୍ଲାଟଫର୍ମରୁ ବ୍ୟାନ କରିଛି । ଫେସବୁକ୍ ପ୍ରବକ୍ତା କହିଛନ୍ତି, ଆମେରିକା ଆଇନ ଅନୁସାରେ ତାଲିବାନ ଏକ ଆତଙ୍କୀ ସଙ୍ଗଠନ। ଆଉ ଏଥିପାଇଁ ଫେସବୁକ ସେବା ଲାଭ କରିବା ପାଇଁ ତାଲିବାନ ଯୋଗ୍ୟ ନୁହେଁ । ଫେସବୁକ୍ ନିୟମ ଅନୁସାରେ କୌଣସି ଆତଙ୍କୀ ସଙ୍ଗଠନକୁ ଫେସବୁକ୍ ପ୍ଲାଟଫର୍ମରେ ସ୍ଥାନ ଦିଆଯାଏ ନାହିଁ । ଫଳରେ ତାଲିବାନ କିମ୍ବା ତା’ ସହ ଜଡିତ କୌଣସି ବି ଆକାଉଣ୍ଟକୁ ଫେସବୁକ୍ ଅନୁମତି ଦେବ ନାହିଁ ।

ଆଫଗାନିସ୍ତାନର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା ୨୩ ଶହରୁ ଅଧିକ ହାର୍ଡକୋର୍‌ ଆତଙ୍କବାଦୀଙ୍କୁ ତାଲିବାନ ମୁକାଳି ଦେଇଛି । ଏହି ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ହଜାରେରୁ ଅଧିକ ଅଲ୍‌କାଏଦା ସଦସ୍ୟ ରହିଥିବାରୁ ବେିଶ୍ବିକ ଆତଙ୍କବାଦ ପୁଣି କାୟା ବିସ୍ତାର କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବିଶ୍ବ ସମୁଦାୟକୁ ବିଭ୍ରାନ୍ତ କରିବା ପାଇଁ ତାଲିବାନ କେତେକ ସକରାତ୍ମକ ବାର୍ତ୍ତା ଦେଉଥିଲେ ମଧ୍ୟ ଅସଲରେ ଏହାର ଉଦ୍ଦେଶ୍ୟ ଅତି ଭୟାନକ ଏବଂ ଆଫଗାନିସ୍ତାନରେ କୌଣସି ସାଧାରଣ ନାଗରିକ ଆଉ ନିରାପଦ ନୁହନ୍ତି ବୋଲି ଏହା ପ୍ରମାଣିତ କରିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ତଥ୍ୟାବଳୀ ଓ କୃଷକ ତାଲିମ ପାଠ୍ୟକ୍ରମର କାର୍ଯ୍ୟକ୍ରମ...

Wed Aug 18 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ମତୋ ପଞ୍ଚାୟତ ଚଷାଖଣ୍ଡ ଗ୍ରାମ ରେ ମୃତ୍ତିକା ସ୍ବାସ୍ଥ୍ୟ ଉପରେ ଆଲୋଚନାରେ ,କୃଷକ ଭାଇ ଓ ଭଉଣୀ ମାନେ କିପରି ନିଜ ର ଚାଷ ଜମି ର ଜତ୍ନ ନେଇ ପାରିବା ସହ କିପରି ଅଧିକରୁ ଅଧିକ ଅମଳ କରିପାରିବେ, ମୃତ୍ତିକା ହ୍ରାସ ନହୋଇ ଅଧିକ ଅମଳ ହୋଇପାରିବ ସେବିଷୟରେ ରାଣିତାଲର କୃଷି ବୈଜ୍ଞାନିକ ଭଗବାନ କବାଟ କୃଷକ ମାନଙ୍କ ସହ ବିସ୍ତୃତ ଆଲୋଚନା […]

You May Like

Pin It on Pinterest