ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୧୬ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୬୯୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୪୮୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୨୭୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୮୮୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି କଟକ ଏସ୍‌ସିବି ମେଡିକାଲ କଲେଜରେ ଏକ୍‌ମୋ ୟୁନିଟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସ୍‌ସିବି କାର୍ଡିଓଥେରାସିସ୍ ଏବଂ ଭାସ୍କୁଲାର ସର୍ଜରୀ ବିଭାଗରେ ଏହି ୟୁନିଟକୁ ସ୍ଥାପନା କରାଯାଇଛି । ଜିଲ୍ଲାପାଳ ଭବାନୀ ଶଙ୍କର ଏବଂ ଡିସିପି ପ୍ରତିକ ସିଂହସ୍‌ପିଟାଲରେ ପହଁଞ୍ଚି ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଓଡ଼ିଶାରେ ଏହି ଚିକିତ୍ସା ସୁବିଧା ନ ଥିବାରୁ ରୋଗୀ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଉଛନ୍ତି । ଏହାକୁ ଦୃଷ୍ଟିରେ ରଖ୍ ପ୍ରଥମଥର ନିମନ୍ତେ ରାଜ୍ୟ ସରକାର ଏସ୍‌ସିବି ମେଡିକାଲରେ ଏଭଳି ଚିକିତ୍ସା ବ୍ୟବସ୍ଥା କରିଛନ୍ତି ।

କୋଣାର୍କ ଚଦ୍ରଭାଗା ସମୁଦ୍ରରେ ଡ଼ଙ୍ଗା ବୁଡି ଜଣେ ନିଖୋଜ ରହିଥିବା ବେଳେ ୪ ଜଣ ସୁରକ୍ଷିତ ଭାବେ କୂଳକୁ ଚାଲି ଆସିଛନ୍ତି ।ସୂଚନାନୁଯାୟୀ, ଗୁରୁବାର ରାତିରେ କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ ।  ମାଛ ଧରିବା ବେଳେ ଡଙ୍ଗାଟି ଓଲଟି ପଡିଥିଲା । ୪ ଜଣ ମତ୍ସ୍ୟଜୀବୀ ପହଁରି କୂଳକୁ ଚାଲି ଆସିଥିଲେ । କିନ୍ତୁ ଜଣେ ଆସିପାରି ନଥିଲେ । ଏବେସୁଦ୍ଧା ସେ ନିଖୋଜ ଅଛନ୍ତି ।

ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେଉଛି । ଅନୁମାନ କରାଯାଉଛି, ଶୁକ୍ରବାର ରାଜ୍ୟର ଉପକୂଳ ଓଡ଼ିଶାରେ ଅଧିକାଂଶ ଜାଗାରେ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି କିଛି ଜାଗାରେ ବର୍ଷା ହେବ । ଶୁକ୍ରବାର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।ପାଣିପାଗ ବିଭାଗ କହିଛି, ଶୁକ୍ରବାର କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ, ପୁରୀ, ଅନୁଗୁଳ, ବଲାଙ୍ଗିର ଓ କଟକରେ ପ୍ରବଳ ବର୍ଷା ହୋଇପାରେ। ଏହାବାଦ୍‌ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଢେଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୬ ଲକ୍ଷ ୩ହଜାର ୧୮୮ରେ ପହଞ୍ଚିଛି। ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୬ ହଜାର ୮୬୧ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୮ ଲକ୍ଷ ୨୧ହଜାର ୪୨୮ରେ ପହଁଚିଥିବା ବେଳେ ୩୪୪୮୯୯ଟି ସକ୍ରିୟ ମାମଲା ରହିଛି ।

ଭାରତର ରାଜଧାନୀ ଦିଲ୍ଲୀ ସର୍ବସାଧାରଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବାରେ ବିଶ୍ବର ଏକ ନମ୍ବର ନଗରୀ ହିସାବରେ ଫୋର୍ବସ୍‌ ତାଲିକାରେ ସ୍ଥାନ ପାଇଛି। ବିଶ୍ବର ୧୫୦ଟି ନଗରୀ ଉପରେ ବିଶ୍ଳେଷଣ କରାଯିବା ପରେ ଏହା ଜଣାପଡ଼ିଛି । ଦିଲ୍ଲୀ ପରେ ଏହି ତାଲିକାରେ ତିନି ନମ୍ବର ସ୍ଥାନ ଦଖଲ କରିଛି ଚେନ୍ନାଇ, ମୁମ୍ବାଇରେ ଫୋର୍ବସ ତାଲିକାରେ ୧୮ତମ ସ୍ଥାନ ଦଖଲ କରିଛି।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୧ କୋଟି ୫୪ ଲକ୍ଷ ୨୨ ହଜାର ୩୮୭ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୪ ଲକ୍ଷ ୮୭ ହଜାର ୨୫୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୯ କୋଟି ୨୬ ଲକ୍ଷ ୧୦ ହଜାର ୮୭୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୩ ଲକ୍ଷ ୨୪ ହଜାର ୨୫୯ ଜଣ ଲୋକ ସକ୍ରିୟ ଅଛନ୍ତି ।

ଗତକାଲି(ଗୁରୁବାର) କାବୁଲ୍‌ରେ କମ୍ପନ ସୃଷ୍ଟି କରିଥିବା ୪ଟି ବିସ୍ଫୋରଣରେ ୧୩ଜଣ ଆମେରିକୀୟ ସୈନିକଙ୍କ ସମେତ ଅନ୍ୟୂନ ୭୨ଜଣ ନିହତ ହୋଇଛନ୍ତି ଏବଂ ଅନ୍ୟ ୧୪୩ଜଣ ଆହତ ହୋଇଛନ୍ତି। ଗତସନ୍ଧ୍ୟାରେ ଜନାକୀର୍ଣ୍ଣ କାବୁଲ୍ ବିମାନ ବନ୍ଦର ବାହାରେ କ୍ରମାଗତ ଦୁଇଟି ବୋମା ବିସ୍ଫୋରଣ ସଙ୍ଗଠିତ ହୋଇଥିଲା। ପୁନର୍ବାର ରାତିରେ ମଧ୍ୟ ଆଉ ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା। କାବୁଲ୍ ବିମାନ ବନ୍ଦର ବାହାରେ ଯେଉଁ ବୋମା ଦୁଇଟି ବିସ୍ଫୋରିତ ହୋଇଛି, ସେଥିପାଇଁ ‘ଆଇଏସ୍‌’ ଆପଣାକୁ ଦାୟୀ କରିଥିବା କୁହାଯାଉଛି।

କାବୁଲ ବିମାନ ବନ୍ଦର ନିକଟରେ ସିରିଜ୍ ବିସ୍ଫୋରଣ। ବିସ୍ପୋରଣରେ ମୃତ୍ୟୁ ସଂଖ୍ୟା ୭୨ କୁ ବୃଦ୍ଧି ପାଇଛି। ୧୪୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣରେ ୧୨ ଆମେରିକୀୟ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି ।

କାବୁଲ୍ ବିମାନ ବନ୍ଦର ନିକଟରେ ସଙ୍ଗଠିତ ମାରାତ୍ମକ ବୋମା ବିସ୍ଫୋରଣ ଘଟଣାକୁ ଦିନ ଭାରତ ତୀବ୍ର ନିନ୍ଦା କରିଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି, ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କୁ ଅଭୟ ଦେଉଥିବା ରାଷ୍ଟ୍ର ଓ ଜନତାଙ୍କ ବିପକ୍ଷରେ ବିଶ୍ବ ଏକଜୁଟ ହେବା ଆବଶ୍ୟକ ବୋଲି ଆଜିର ଏହି ବିସ୍ଫୋରଣ ପ୍ରେରିତ କରିଛି।

ଆଫାଗାନିସ୍ତାନରେ ସଙ୍ଗଠିତ ଦୁଇଟି ବୋମା ବିସ୍ଫୋରଣରେ ଜଡ଼ିତ ଥିବା ଆକ୍ରମଣକାରୀଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ଖୋଜି ଧରିବ ବୋଲି କୋହଭରା କଣ୍ଠରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରତିଜ୍ଞା କରି କହିଛନ୍ତି। ଏଥିସହ ଆକ୍ରମଣକାରୀଙ୍କ ବିପକ୍ଷରେ ପ୍ରତିଆକ୍ରମଣ କରିବା ଲାଗି ମଧ୍ୟ ସେ ‘ପେଣ୍ଟାଗନ୍‌’କୁ ନିର୍ଦେଶ ଦେଇଛନ୍ତି।ଦୁଇଟି ବିସ୍ଫୋରଣରେ ଅନେକ ଆମେରିକୀୟ ସୈନ୍ୟ ନିହତ ଏବଂ ଆହତ ହେବାର କିଛି ସମୟ ପରେ ବାଇଡେନ୍‌ ଉପରୋକ୍ତ ଚେତାବନୀ ଦେଇଛନ୍ତି।

କାବୁଲରେ ହୋଇଥିବା ବିସ୍ଫୋରଣରେ ୧୩ ଆମେରିକୀୟ ସୈନିକ ସହିଦ ହୋଇଛନ୍ତି । ସହିଦଙ୍କୁ ସମ୍ମାନ ଜଣାଇ ଆମେରିକାର ଜାତୀୟ ପତାକା ଅର୍ଦ୍ଧନିମିତ ହୋଇ ରହବି । ଆମେରିକାର ଜାତୀୟ ପତାକା ଅଗଷ୍ଟ ୩୦ ସନ୍ଧ୍ୟା ପର୍ଯ୍ୟନ୍ତ ଅଧା ନଇଁ ରହିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ର ସରକାରଙ୍କ ଘରୋଇକରଣ ନୀତି ବିରୁଦ୍ଧରେ ଯୁବ କଂଗ୍ରେସର ବିକ୍ଷୋଭ...

Sat Aug 28 , 2021
ଦୀପକ ସାହୁ (କଳାହାଣ୍ଡି) କେନ୍ଦ୍ର ସରକାର ଦେଶର ବିଭିନ୍ନ ସରକାରୀ ସମ୍ପତ୍ତି କୁ ଘରୋଇ କରଣ କରିବା ପ୍ରତିବାଦରେ ଆଜି କଳାହାଣ୍ଡି ଯୁବ କଂଗ୍ରେସ ଏବଂ ଜିଲ୍ଲା କଂଗ୍ରେସ କଲମପୁର ଗୋଷ୍ଠୀଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ପାଞ୍ଚଦଫା ଦାବି ନେଇ ପ୍ରଦାନ କଲେ ଦାବିପତ୍ର । ସୂଚନାରୁ ପ୍ରକାଶ ଯେ ଏହାଦ୍ଵାରା ହାଜର ହଜାର ସରକାରୀ କର୍ମଚାରୀ ଚାକିରୀ ହରାଇବା ସହ ଏମାନଙ୍କ ଜୀବିକାରେ ବାଧକ […]

You May Like

Pin It on Pinterest