ଟ୍ୟୁସନ୍ରୁ ଫେରୁଥିବା ବେଳେ ଯୁବତୀଙ୍କୁ ଜୋରଜବରଦସ୍ତ କାରରେ ଉଠାଇ ନେଲେ ଯୁବକ,ସିସିଟିଭି’ରେ କଏଦ ସେହି ସମୟର ଦୃଶ୍ୟ…

ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ଟ୍ୟୁସନରୁ ଫେରୁଥିବାବେଳେ ରାସ୍ତା ମଝିରୁ ଯୁବତୀଙ୍କୁ ଏକ ଇଣ୍ଡିଗୋ କାରରେ ଜବରଦସ୍ତ ଯୁବକ ଜଣକ ଠେଲିପେଲି ଅପହରଣ କରି ନେଇଯାଉଥିବା ଦୃଶ୍ୟ ଏବେ ସମସ୍ତଙ୍କୁ ବିଚଳିତ କରିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ଛକ ନିକଟରେ। ଯୁବତୀ ଜଣକ ଉଗ୍ରତରା ଗାଁର ଗୌରହରି ପଣ୍ଡାଙ୍କ ଝିଅ ମଧୁସ୍ମିତା ପଣ୍ଡା। ପରିବାର ଲୋକେ ଝିଅକୁ ଅପହରଣ କରିନେଇଥିବା ନେଇ ଗତ ୧୯ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ହାତ ଖାଲି।

ଏନେଇ ପରିବାର ଲୋକେ ଗତ ୧୦ଦିନ ହେଲା ଥାନାକୁ ଦୌଡୁଥିଲେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇପାରିନଥିଲେ। ଏବେ ମହୁଲିଆ ଛକ ନିକଟରେ ଏକ ସିମେଟ ଦୋକାନରୁ ଝିଅ ଅପହରଣ ସିସିଟିଭି ଫୁଟେଜ ମିଳିବାପରେ ଝିଅକୁ ଉଦ୍ଧାର ପାଇଁ ପରିବାର ଲୋକେ ପୋଲିସ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି। ତେବେ ଅପହରଣ କରିଥିବା ଯୁବକ ଜଣକ ଭାଟପଡା ପଞ୍ଚାୟତ ର ନାଉଗୋରଡା ଗାଁର ପୃଥୀରାଜ କରଣ ବୋଲି ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାଯାଏ ଗତ ୧୯ତାରିଖ ଦିନ ଝିଅ ସବୁଦିନ ପରି ସଖାଳେ ଚାନ୍ଦବାଲିକୁ ଟ୍ୟୁସନ ଯାଇଥିଲା।

ହେଲେ ଟ୍ୟୁସନରୁ ଘରକୁ ଫେରିନଥିଲେ। ଟ୍ୟୁସନ ସାରଙ୍କ ସହ ଯୋଗାଯୋଗ କରିବାରୁ ଝିଅ ଏକ ଟାଟା ମ୍ୟାଜିକ୍ ରେ ଘରକୁ ଯାଇଥିବା ସେ କହିଥିଲେ। ତେବେ ଘରେ ନପହଂଚିବାରୁ ବହୁ ଖୋଜାଖୋଜି ପରେ ଝିଅ ନିଖୋଜ ଓ ପୂର୍ବରୁ ମତୋ ପରମାନନ୍ଦପୁର ଗାଁର ପୃଥିରାଜ କରଣ ଝିଅକୁ ବିଭିନ୍ନ ସମୟରେ ହଇରାଣ କରୁଥିଲା, ତେବେ ସେ ହିଁ ଝିଅକୁ ଅପହରଣ କରିଥିବା ନେଇ ଝିଅର ମା’ ଥାନାରେ ଅଭିଯୋଗ କରିଥିଲେ।

ଅନ୍ୟପଟରେ ପୋଲିସ୍ କହିଛି ଝିଅର ମାଙ୍କ ଏତଲା ଅନୁଯାୟୀ ନିଖୋଜ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଚଳାଇଛି। ସିସିଟିଭି ଫୁଟେଜ ଏବେ ହସ୍ତଗତ ହୋଇଛି। ଝିଅକୁ ଉଦ୍ଧାର ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୋଲିସ୍ ମହାନିର୍ଦ୍ଦେଶକ ଅଭୟଙ୍କ, କଳାହାଣ୍ଡି ପୋଲିସ୍ ପଦକ ଉତ୍ସବରେ ଯୋଗଦାନ...

Sun Aug 29 , 2021
ଦୀପକ ସାହୁ(କଳାହାଣ୍ଡି)ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆ ଠାରେ ଅନୁଷ୍ଠିତ ଉତ୍ସବରେ କୋଭିଡ ପାଇଁ ମୃତ୍ୟୁବରଣ କରିଥିବା ପୋଲିସ କର୍ମଚାରୀ ଓ ପୋଲିସ ବାହିନୀ ରେ ଉଲ୍ଲେଖନୀୟ ଅବଦାନ ପାଇଁ କର୍ମଚାରୀ ଙ୍କୁ ସମ୍ମାନିତ କରାଯାଇଛି । ଦକ୍ଷିଣପଶ୍ଚିମାଚଳ ରେଞ ର ମୋଟ ୨୭ ଜଣଙ୍କୁ ସାମ୍ମାନିତ କରାଯାଇଛି। ଡ୍ୟୂଟି ରେ ଥାଇ କରୋନା ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ୪ ଜଣ କର୍ମଚାରୀ ଙ୍କୁ ଆର୍ଥିକ ସହାୟତା ସହ ପୋଲିସ […]

You May Like

Pin It on Pinterest