
ପ୍ରଭାତ ସାହା(ମାଲକାନଗିରି)ମାଲକାନଗିରି ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଜନ୍ମ ଠୁ ମୃତ୍ୟୁ ପର୍ଯ୍ୟନ୍ତ ରହିଥିବା ବେଳେ କାମରେ ଆସୁନଥିବା ପରିଲକ୍ଷିତ ହେଉଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ସହର ଉପକଣ୍ଠ ରେ ଜୟ ପୁରୀୟଗୁଡ଼ା ସାହିରେ ଏକ ବୃଦ୍ଧା ବୟସ ୭୫ ବର୍ଷ ରୁ ଉର୍ଦ୍ଧ ତାଙ୍କର ପୁଅ ଝିଅ କେହି ନ ଥିବାରୁ ବହୁ ବର୍ଷ ଧରି ମାଲକାନଗିରି ଏକ କୁଡ଼ିଆ ଘର ରେ ରହୁଥିଲେ ନିକଟସ୍ଥ ପଡୋଶୀ ତାଙ୍କୁ ଏକ ଛୋଟିଆ ଘର ତିଆରି କରି ଦେଇଥିଲେ ଓ ବିଭିନ୍ନ ସମୟରେ ସହାୟତା କରିବା ସହ ରନ୍ଧାଖାଦ୍ୟ ଓ ଦେଖାରଖା କରୁଥିଲେ ।

ସରକାରୀ ସୁଵିଧା ନାଁରେ ରାସନ କାର୍ଡ,ହେଲଥ କାର୍ଡ,କୃଷକ କଲ୍ୟାଣ ଯୋଜନା ପାଇଥିବା ବେଳେ ଦୀର୍ଘ ୫ମାସ ହେବ ଚାଉଳ କିମ୍ବା ଭତ୍ତା ପାଇଁ ଯାଇପାରୁନାହାନ୍ତି । ବାର୍ଦ୍ଧକ୍ୟ ଅବସ୍ଥାରେ ମସ୍ତିଷ୍କ ବିକୃତ ହେବା ଯୋଗୁଁ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତି ମହିଳା ମାନକୁ ଗାଳି ଗୁଲଜ କରୁଥିଲେ ଏଣୁ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତି ମହିଳା ମାନେ ଆଉ ସହାୟତା କରୁ ନାହାନ୍ତି । ବର୍ତ୍ତମାନ ସେ ନିଜେ ରୋଷେଇ କରି ନ ପାରି ଭୋକିଲା ଅବସ୍ଥା ରେ ୪ ଦିନ ହେଲା ପଡ଼ିରହିଛି ।
ମହିଳାଙ୍କର ନାମ ସୁମିତ୍ରା ରାଜୁ । ବର୍ତମାନ ମହିଳା ଜଣଙ୍କ ସରକାରୀ ସହାୟତା ଅପେକ୍ଷାରେ ଯଦି ସହାୟତା ନ ମିଳେ ବୃଦ୍ଧା ଜଣକ ନିଶ୍ଚୟ ମୃତ୍ୟ ବରଣ କରିବ ।


