
ଦେବାଶିଷ ମିଶ୍ର(କଟକ)ଆଜି କଟକ ମହାନଗର ହିନ୍ଦୁ ସେନା ପକ୍ଷରୁ ରାଜ୍ଯ ସଭାପତି ଶ୍ରୀ ଦେବାଶିଷ ରାଉତଙ୍କ ନେତୃତ୍ବ ରେ ଜିଲ୍ଲା ସଭାପତି ଶ୍ରୀ ଆଶିଷ ମହାପାତ୍ରଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ କଟକ ମହାନଗର ଅଧୀନରେ ଥିବା ଦରଘା ବଜାର, ତିନିକୋଣିଆ ବଗିଚା, ହାତୀ ପୋଖରୀ ଇତ୍ୟାଦି ଅଂଚଳରେ ସଂପ୍ରତି ସଂକ୍ରମଣ କରୁଥିବା ମହାମାରୀ ଡେଂଗୁ ଲାଗି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ସେନାର ସଦସ୍ଯ ଶ୍ରୀ ଜ୍ଯୋତି ପ୍ରକାଶ ସାହୁ, ଶ୍ରୀ ଅବିନାଶ ନାୟକ, ଶ୍ରୀ ପ୍ରୀତମ ନାୟକ ଓ ଆଡଭୋକେଟ ଶ୍ରୀ ଶିବପ୍ରସାଦ ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥୂଲେ ସୂଚନା ଯୋଗ୍ଯ ଯେ କଟକ ମହାନଗର ନିଗମ ଦ୍ବାରା ନିର୍ମିତ ତିନିକୋଣିଆ ବଗିଚା ଠାରେ ଓ୍ବାଟର ଫାଉଣ୍ଟେନ ନିଗମର ରକ୍ଷଣାବେକ୍ଷଣ ଅଭାବରୁ ଅଧୁନା ସଂପୂର୍ଣ୍ଣ ଅବହେଳିତ ହୋଇ ପଡିଛି ଯାହାକି ଡେଂଗୁ ଓ ମ୍ଯାଲେରିଆ ମଶାମାନଙ୍କ ଉତ୍ପତ୍ତିସ୍ଥଳ ପାଲଟିଛି। ନିଗମ ସ୍ବାସ୍ଥ୍ଯ ଅଧୂକାରୀ ଏଥୂପ୍ରତି ନଜର ଦେବାକୁ ହିନ୍ଦୁ ସେନା ପକ୍ଷରୁ ଦାବୀ ରଖାଯାଇଛି।