ରାଜ୍ୟରେ ଗତ ୨୪ ଘଣ୍ଟା ୮୦୫ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୪୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୧୫୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୫୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୯୬୩୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁ କୃଷ୍ଣ ବଳରାମ ବେଶରେ ସୁସଜ୍ଜିତ ହେବେ। ଏହି ବେଶରେ ଉଭୟ କୃଷ୍ଣ ଅର୍ଥାତ୍ ପ୍ରଭୁ ଜଗନ୍ନାଥ ଏବଂ ବଳରାମ ଅର୍ଥାତ୍ ପ୍ରଭୁ ବଳଭଦ୍ର କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି।
ଉତ୍ତର ପୂର୍ବ ଓ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ଆସନ୍ତା ୪୮ ଘଣ୍ଟା ଭିତରେ ଉତ୍ତର ଓ ନିକଟବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ବଢ଼ିବ ବର୍ଷା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ଅଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୭୬୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୯ ଲକ୍ଷ ୮୮ ହଜାର ୬୭୩ରେ ପହଞ୍ଚିଛି। ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୦ ହଜାର ୫୩୩ରେ ପହଞ୍ଚିଛି। ଏବେ ଦେଶରେ ୪୧୦୦୪୮ ସକ୍ରିୟ ମାମଲା ରହଥିବା ବେଳେ ୩୨୧୩୮୦୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ପବିତ୍ର ଗୁରୁ ଦିବସ। ଆଜି ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ‘ଗୁରୁ ଦିବସ’ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଉଛି ।
ଆଜି ଗୁରୁଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଶିକ୍ଷାବିତ୍ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଟୁଇଟ୍ କରି ସେ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରାଯାଉଥିବା ଡକ୍ଟର୍ ସର୍ବେପଲ୍ଲୀ ରାଧାକୃଷ୍ଣନନ୍ଙ୍କ ଜୟନ୍ତୀରେ ତାଙ୍କ ପ୍ରତି ସମ୍ମାନ ଜଣାଇଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ପିଲାମାନଙ୍କ ଚିନ୍ତାଧାରାକୁ ସମୃଦ୍ଧ କରିବାରେ ସର୍ବଦା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସମଗ୍ର ଶିକ୍ଷକ ସମ୍ପ୍ରଦାୟଙ୍କୁ ଅଭିନନ୍ଦନ।
କେରଳର କୋଝିକୋଡ଼ରେ ମାତିଛି ନିପା ଭାଇରସ । ‘ନିପା ଭାଇରସ୍’ରେ ଆକ୍ରାନ୍ତ ହୋଇଥିବା ଜଣେ ୧୨ ବର୍ଷିୟ ବାଳକର ମୃତ୍ୟୁ ହୋଇଛି । ଚିକିତ୍ସା ପାଇଁ ପିଲାଟିକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର୍ ୫ଟା ବେଳେ ତା’ର ମୃତ୍ୟୁ ହୋଇଛି । ସେପ୍ଟେମ୍ବର ୩ ତାରିଖରେ ପିଲାଟି ଶରୀରରେ ‘ନିପା ଭାଇରସ୍’ ଚିହ୍ନଟ ହୋଇଥିଲା ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୨ କୋଟି ୧୦ ଲକ୍ଷ ୭୩ ହଜାର ୨୯ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୫ ଲକ୍ଷ ୭୪ ହଜାର ୩୭୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୯ କୋଟି ୭୫ ଲକ୍ଷ ୬୨ ହଜାର ୬୩୯ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୯ ଲକ୍ଷ ୩୬ ହଜାର୧୪ ଜଣ ଲୋକ ସକ୍ରିୟ ଅଛନ୍ତି ।
ଗ୍ଲୋବାଲ୍ ଲିଡର ଆପ୍ରୁଭାଲ ରେଟିଂରେ ମୋଦିଂ ରେଟିଂ ଶୀର୍ଷରେ ରହିଛି । ୭୦% ଆପ୍ରୁଭାଲ ରେଟିଂ ସହ ବିଶ୍ୱ ବହୁ ପ୍ରମୁଖ ନେତାମାନଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ନମ୍ବର ଓ୍ବାନ୍ ହେଇଛନ୍ତି । ତାଙ୍କ ପଛକୁ ରହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବୋରିସ ଜନସନ, ଆଞ୍ଜେଲା ମାର୍କେଲ୍, ଜଷ୍ଟିନ ଟ୍ରୁଡେୟୁ ଏବଂ ଅନ୍ୟମାନେ ।
ପଞ୍ଜଶୀରର ଦଖଲ ବିଜୟ ଦାବି କରି ତାଲିବାନ ଆତଙ୍କବାଦୀମାନେ ଶୁକ୍ରବାର ରାତିରେ ଆଫଗାନିସ୍ତାନରେ ଉତ୍ସବ ଆୟୋଜନ କରିଥିଲେ। ତାଲିବାନ ଆତଙ୍କବାଦୀଙ୍କ ଏହି ଆନନ୍ଦଦାୟକ ଉତ୍ସବରେ ୭୦ ନିରୀହ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ସମୟରେ ତାଲିବାନର ପଞ୍ଜଶୀର ଦଖଲ ଦାବିକୁ ଉତ୍ତର ଆଲାଇନ୍ସ ପ୍ରତ୍ୟାଖ୍ୟାନ କରିଛି । କାବୁଲ୍ରେ ତାଲିବାନୀମାନଙ୍କ ଶୂନ୍ୟକୁ ଗୁଳିଚାଳନାରେ ପିଲାମାନଙ୍କ ସମେତ ବହୁ ମହିଳା ଙ୍କ ପ୍ରାଣ ହାନି ଘଟିଛି ।
ଆଫଗାନିସ୍ତାନର ଉତ୍ତରପୂର୍ବ ପ୍ରଦେଶ ପଞ୍ଜଶୀରରେ ପାଖାପାଖି ୬୦୦ ତାଲିବାନ୍ ନିହତ ହୋଇଥିବା କଥା ‘ଆଫଗାନ୍ ରେଜିଷ୍ଟାନ୍ସ୍ ଫୋର୍ସ’ ଘୋଷଣା କରିଛି। କଠୋରପନ୍ଥୀ ଇସ୍ଲାମ୍ ସଙ୍ଗଠନ ତାଲିବାନ୍କୁ ତୀବ୍ର ବିରୋଧ କରୁଥିବା ‘ଆଫଗାନ୍ ପ୍ରତିରୋଧକାରୀ ସେନା’ର ମୁଖପାତ୍ର ଫାହିମ୍ ଦାସ୍ତି ଟୁଇଟ୍ କରି ଏକଥା ଦାବି କରିଛନ୍ତି ବୋଲି ‘ସ୍ପୁଟ୍ନିକ୍ ନିଉଜ୍’ ରିପୋର୍ଟ କରିଛି। ଦାସ୍ତି ଟୁଇଟ୍ କରିଛନ୍ତି ଯେ ପଞ୍ଜଶୀରର ବିଭିନ୍ନ ଜିଲ୍ଲାରେ ସକାଳୁ ଏଯାବତ୍ ୬୦୦ ତାଲିବାନ୍ ଆତଙ୍କବାଦୀ ନିହତ ହୋଇଛନ୍ତି। ୧୦୦୦ରୁ ଅଧିକ ତାଲିବାନ୍ ଉଗ୍ରବାଦୀଙ୍କ ଧରାପଡ଼ିଛନ୍ତି ବା ସ୍ବୟଂ ଆତ୍ମସମର୍ପଣ କରିଛନ୍ତି ।
ସାଉଦି ଆରବର ତୈଳ-ସମୃଦ୍ଧ ପୂର୍ବାଞ୍ଚଳ ଆଡ଼କୁ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଶନିବାର ଦିନ ପ୍ରତିହତ କରାଯାଇଥିବା କଥା ୟେମେନ୍ରେ ‘ହୌଥି ସଙ୍ଗଠନ’ ସହ ସଂଗ୍ରାମରତ ସାଉଦି-ନେତୃତ୍ବାଧୀନ ମେଣ୍ଟ ଏକ ବିତୃତିରେ କହିଛି । ସୂଚନାନୁଯାୟୀ, ଦାମ୍ମାମ୍ ସହର ଉପରେ ଏହି କ୍ଷେପଣାସ୍ତ୍ରଟିକୁ ବାଧା ଦିଆଯାଇ ନଷ୍ଟ କରାଯାଇଥିଲା। ଫଳରେ ତାହାର ଖଣ୍ଡବିଖଣ୍ଡ ଅଂଶ ସବୁ ନିକଟବର୍ତ୍ତୀ ଦାମ୍ମାମ୍ ଉପନଗର ଉପରେ ବିଛାଡ଼ି ହୋଇ ପଡ଼ିଥିଲା । ଏଥିଯୋଗୁଁ ଦୁଇଜଣ ସାଉଦୀ ବାଳକ ଆହତ ହେବା ସହ ୧୪ଟି ଆବାସିକ ଭବନ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ।