ବିଧାନସଭା ସମ୍ମୁଖରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଗଣ ବିକ୍ଷୋଭ…

ମୁରଲୀ ମିଶ୍ର(ଭୁବନେଶ୍ୱର)୭/୯-ଦୀର୍ଘ ଦିନ ଧରି ଆଳି ରାଜକନିକା ରେ ଖରସ୍ରୋତା ବଞ୍ଛାଅ ଆନ୍ଦୋଳନ ଚାଲୁ ରହିଥିବା ବେଳେ ଆଜି ଶତାଧିକ ଜନସାଧାରଣ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆହ୍ୱାନରେ ବିଧାନସଭା ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଛି। ବିକ୍ଷୋଭ ସ୍ଥଳ ପ୍ରତିବାଦ ସଭାରେ ଦଳ ମତ ନିର୍ବିଶେଷରେ ବହୁ ରାଜନୈତିକ ନେତୃବର୍ଗ ଓ ସାମାଜିକ କର୍ମୀ ଆନ୍ଦୋଳନକୁ ସମର୍ଥନ ଜଣାଇ ବକ୍ତବ୍ୟ ରଖିଥିଲେ ।

ଖରସ୍ରୋତା ବଞ୍ଛାଅ ସଂଗ୍ରାମ ସମିତିର ସଭାପତି ଦୁର୍ଯ୍ୟୋଧନ ମହାନ୍ତିଙ୍କ ପରିଚାଳନାରେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଦେବେନ୍ଦ୍ର ଶର୍ମା, ଗଣେଶ୍ୱର ବେହେରା,ପଞ୍ଚାନନ କାନୁନଗୋ, ଅଂଶୁମାନ ମହାନ୍ତି,ରାଧାକାନ୍ତ ସେଠୀ,ବିଧାୟକ ମହମ୍ମଦ ମୋକିମ, ସମାଜସେବୀପ୍ରଫୁଲ୍ଲ ସାମନ୍ତରାୟ, ଖଗେଶ୍ୱର ସେଠୀ, ଅଭୟ ସାହୁ ପ୍ରମୁଖ ବକ୍ତାମାନେ କହିଥିଲେ ନଦୀ ଗଡିକରୁ ବିଭିନ୍ନ କମ୍ପାନୀକୁ ନଦୀ ଜଳ ଟେକି ଦେବା ଫଳରେ ନଦୀ ଗୁଡିକ ସୁଖିଲା ପଡିଛି।

ଖରସ୍ରୋତାରୁ ଉପର ମୁଣ୍ଡରୁ ବିଭିନ୍ନ କମ୍ପାନୀ ପାଣି ନେବା ଫଳରେ ଆଜି ଜଳସ୍ତର ବହୁ ପରିମାଣରେ କମିବା ଯୋଗୁ ଖରସ୍ରୋତା ବହୁ ପରିମାଣରେ ଶୁଖି ଯାଇଛି।ଯାହା ଫଳରେ ଖରସ୍ରୋତା ଅବବାହିକାରେ ଚାଷୀ ହାହାକାର କରୁଛନ୍ତି। ଭୁତଳ ଜଳସ୍ତର ବହୁ ପରିମାଣରେ କମିବା ଯୋଗୁ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହେଉଛି। ଏହି ଭଳି ସ୍ଥଳେ ସରକାର ନଦୀ ଅବବାହିକା ଅଞ୍ଚଳ ଜନସାଧାରଣଙ୍କ ସମସ୍ୟାକୁ ଦ୍ରୁଷ୍ଟିରେ ରଖି ବିହିତ ପଦକ୍ଷେପ ନେବା ପର୍ଯ୍ୟନ୍ତ ପ୍ରୋଜେକ୍ଟ କାମ ବନ୍ଦ ରଖିବାକୁ ଦାବି କରାଯାଇଛି।

ସଂଗ୍ରାମ ସମିତିର ସଂପାଦକ ବିଧାନ ଦାସ, କର୍ମକର୍ତ୍ତା ଶରତ ରାଉତ,ଗୋଲେଖ ଚନ୍ଦ୍ର ବିଶ୍ୱାଳ,ହଳଧର ମଲ୍ଲିକ, ସବିତା ବରଜ,ବିଭୁତି ନାୟକ,ରାମଚନ୍ଦ୍ର ରାଉତ,ହୃଷିକେଶ ଜେନା, ଅମିତ କୁମାର ନାୟକ, ଭଗବାନ ବିନୋଦ, ନିମାଇଁ ରାଉତ, କିଶୋର ଚନ୍ଦ୍ର ବେହେରା, ରମାକାନ୍ତ ନାୟକ, ମାଧବାନନ୍ଦ ବାରିକ ଶୈଳେନ୍ଦ୍ର ପାତ୍ର, ହେମନ୍ତ ପାତ୍ର, ବାବାଜୀ ନାୟକ, ଶରତ ମହାନ୍ତି, ପ୍ରଦିପ ପଣ୍ଡା, ଏଲିନା ସାମନ୍ତରାୟ ପ୍ରମୁଖ ବିକ୍ଷୋଭ ନେତୃତ୍ବ ନେଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ତୃତୀୟ ଲହରକୁ ନେଇ ସମସ୍ତଙ୍କୁୂ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ...

Tue Sep 7 , 2021
ଭୁବନେଶ୍ୱର(ବାସ୍ତବବ୍ୟୁରୋ)କରୋନାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ୍ ପରିସ୍ଥିତିର ସମୀକ୍ଷା କରି କରୋନା ର ତୃତୀୟ ଲହରକୁ ନେଇ ସମସ୍ତଙ୍କୁୂ ସତର୍କ କରାଇଛନ୍ତି। କୋଭିଡ୍ ନିୟମ ନମାନିଲେ ରାଜ୍ୟରେ ପୁଣିଥରେ ଲକଡାଉନ୍ ଫେରିବ ବୋଲି ଚେତାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଥିଲେ କି , ଆମେରିକାଠୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ […]

You May Like

Pin It on Pinterest