ପୂର୍ବତଟ ରେଳପଥ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ

ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ରେଳସଦନ ଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଅଛି I ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ଏହି ଅବସରରେ ରେଳପଥର କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଶପଥପାଠ କରାଇ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଅଖଣ୍ଡତାକୁ ସୁରକ୍ଷା ଦେବାକୁ କହିଥିଲେ I ରେଳପଥର ପ୍ରମୁଖ କାର୍ମୀକ ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ନାୟକ ଆୟୋଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ସହିତ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏହି ସବୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବେକ ଯନ୍ତ୍ରଣା ପାଇଁ ଘରୋଇ ଉପଚାର

Thu Oct 31 , 2019
ବେକରେ ଯନ୍ତ୍ରଣା ପାଇଁ କଷ୍ଟ ଅନୁଭବ କରୁଛନ୍ତି କି ?ଚଟାଣ କିମ୍ବା ଚୌକିରେ ତ୍ରୁଟିପୂର୍ଣ୍ଣ ବସିବା ଭଙ୍ଗୀ, ଦୀର୍ଘସମୟ ଧରି ମୋଟର‌୍‌ସାଇକେଲ ଚାଳନା, କ˚ପ୍ୟୁଟର‌୍‌ ଚାଳନା ବେକ ଯନ୍ତ୍ରଣାର କାରଣ ହୋଇପାରେ। ବେଳେବେଳେ ବେକ ଯନ୍ତ୍ରଣା ହୃଦ୍‌ଘାତର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ। ଗଣ୍ଠି ସମସ୍ୟା ଥିଲେ ବେକ ଫୁଲିବା, ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଏ। ମୁଣ୍ତ, କାନ୍ଧ, ବାହୁରେ ଯନ୍ତ୍ରଣା ଅନୁଭୂତ ହୁଏ। ଉପଶମ ପାଇଁ ଘରୋଇ ଚିକିତ୍ସା କରିପାରିବେ। […]

You May Like

Pin It on Pinterest