ବର୍ଷା ପାଣିରେ ଉବୁଟୁବୁ ବାବା ଆଖଣ୍ଡଳମଣି ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚରୁ ଲହଡି, ଅର୍ଦ୍ଧାଧିକ ଭାଗ ବୁଡିରହିଛି ମଣିବାବାଙ୍କ ବିଗ୍ରହ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୩\୯-ଲଘୁଚାପ ଜନିତ ଲଗାଣବର୍ଷା ଓ ପବନ ଯୋଗୁ ଅଶାନ୍ତ ହୋଇଥିବା ସମୁଦ୍ରରୁ ଉଠି ଆସୁଛି ଉଚ୍ଚ ଜୁଆରପାଣି। ଯାହାର ପ୍ରଭାବରେ ତଳମୁଣ୍ଡରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଚାନ୍ଦବାଲି ଅଞ୍ଚଳର ବହୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଥିବା ବେଳେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚରୁ ପାଣି। ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯିବାରୁ ସକାଳ ପହିଲି ନୀତିକାନ୍ତୀରେ ମଙ୍ଗଳ ଆଳତୀ, ପୂଜାର୍ଚ୍ଚନା ବିଳମ୍ବ ହୋଇଛି। ଏବେ ମଟର ଚାଳିତ ପମ୍ପ ଦ୍ବାରା ଜଳନିଷ୍କାସନ କରାଯାଉଥିବା ମନ୍ଦିର ପ୍ରଶାସନିକ ଅଧିକାରୀ କହିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକ ତେନ୍ତୁଲିଡ଼ିହି ଫଚାୟତର ବିଜେଡ଼ିର ମିଶ୍ରଣ ପର୍ବ,ଶଂଖ ଧରିଲେ ୧୫ ପରିବାର....

Mon Sep 13 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୩/୯- ଚାନ୍ଦବାଲି ଏନ ଏସିରେ ବିଧାୟକଙ୍କ ବାସଭାବନ ପରିସରରେ ବିଜେଡ଼ି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇ ଯାଇଛି । ଏହି ମିଶ୍ରଣ ପର୍ବରେ ତେନ୍ତୁଲିଡ଼ିହ ଫଚାୟତର କଣ୍ଡିଆସାହି , ଡିହବିଲ ଓ ତେନ୍ତୁଲିଡ଼ିହ ଗାଁରେ ୧୫ ପରିବାର ବିଧାୟକ ଡ଼ ବ୍ୟମୋକେଶ ରାଏଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବ ନେତା ତଥା ରାଜ୍ୟ ବିଜୁ ଯୁବଜନତା ଦଳର ସମ୍ପାଦକ ପ୍ରିନ୍ସ ରାକେଶ ନାୟକଙ୍କ […]

You May Like

Pin It on Pinterest