
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୩/୯- ଚାନ୍ଦବାଲି ଏନ ଏସିରେ ବିଧାୟକଙ୍କ ବାସଭାବନ ପରିସରରେ ବିଜେଡ଼ି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇ ଯାଇଛି । ଏହି ମିଶ୍ରଣ ପର୍ବରେ ତେନ୍ତୁଲିଡ଼ିହ ଫଚାୟତର କଣ୍ଡିଆସାହି , ଡିହବିଲ ଓ ତେନ୍ତୁଲିଡ଼ିହ ଗାଁରେ ୧୫ ପରିବାର ବିଧାୟକ ଡ଼ ବ୍ୟମୋକେଶ ରାଏଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବ ନେତା ତଥା ରାଜ୍ୟ ବିଜୁ ଯୁବଜନତା ଦଳର ସମ୍ପାଦକ ପ୍ରିନ୍ସ ରାକେଶ ନାୟକଙ୍କ ନେତୃତ୍ବରେ ବିଜେଡ଼ି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏନେଇ ବିଧାୟକ ଶ୍ରୀ ରାଏ ସେମାନଙ୍କୁ ଦଳୀୟ ଉତରୀୟ ଦେଇ ଦଳକୁ ସ୍ବାଗତ କରିଛନ୍ତି । ଏହି ମିଶ୍ରଣ ପର୍ବରେ ତେନ୍ତୁଲିଡ଼ିହ ଫଚାୟତର ସରପଂଚ ପ୍ରତାପ ବିଶ୍ବାଳ, ବରିଷ୍ଠ ନେତା ସୁଦାମ ପତ୍ରୀ , ସୁବାସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।



