ହିନ୍ଦୀ ଦିବସ ସମାରୋହରେ ଓଡ଼ିଆ ପୁଅ ସଂମ୍ମାନିତ…

ନୂଆଦିଲ୍ଲୀ(ବାସ୍ତବବ୍ୟୁରୋ):ବରଗଡ଼ ଜିଲ୍ଲା ଲାଉମୁଣ୍ଡାର ଡଃ ଛବିଳ କୁମାର ମେହେର ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ହିନ୍ଦୀ ଦିବସ ସମାରୋହ ୨୦୨୧ରେ ରାଜଭାଷା ଗୌରବ ପୁରସ୍କାର ୨୦୧୯-୨୦ ପାଇଁ ପାଇଛନ୍ତି । ଡଃ ମେହେରଙ୍କ ଦ୍ବାରା ରଚିତ ହିନ୍ଦୀ ପୁସ୍ତକ “ଭାଷା ପ୍ରଯୁକ୍ତି ଅର ଅନୁବାଦ” ପାଇଁ ସେ ଏହି ସମ୍ମାନ ପାଇଛନ୍ତି । ଆଜି ଗୃହ ମନ୍ତ୍ରାଳୟର ଅଫିସିଆଲ୍ ଲାଙ୍ଗୁଏଜ ବିଭାଗ ଦ୍ବାରା ଆୟୋଜିତ ହୋଇଥିବା ଏହି ଉତ୍ସବରେ,ଦିଲ୍ଲୀର ବିଜ୍ଞାନ ଭବନଠାରେ ମୁଖ୍ୟ ଅତିଥି ଭାବେ ଗୃହମନ୍ତ୍ରୀ ଅମିତ୍ ଶାହା ଯୋଗ ଦେଇ ଶ୍ରୀ ମେହେରଙ୍କୁ ପୁରସ୍କୃତ କରିଛନ୍ତି।

ମଧ୍ୟପ୍ରଦେଶ ସ୍ଥିତ ଡଃ ହରିସ୍ ଗୌର ବିଶ୍ବବିଦ୍ୟାଳୟରେଡଃ ଛବିଳ ମେହେର ଦୀର୍ଘ ବର୍ଷ ହେବ ହିନ୍ଦୀ ଭାଷାରେ ଗବେଷଣା କରୁଥିଲେ । ଡଃ ମେହେର ଏହି ସମ୍ମାନଜନକ ପୁରସ୍କାର ପାଇବା ପରେ ସବୁ ଆଡୁ ପ୍ରଶଂସାର ସୁଅ ଛୁଟୁଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରକାଶ ପାଇଲାJEE ମେନ ଫଳାଫଳ,୪୪ ପ୍ରାର୍ଥୀ ପାଇଲେ ୧୦୦ ପ୍ରତିଶତ...

Wed Sep 15 , 2021
ନୂଆଦିଲ୍ଲୀ:ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE-Main ର ଫଳାଫଳ ମଙ୍ଗଳବାର ରାତିରେ ଘୋଷଣା କରାଯାଇଥିଲା ଯେଉଁଥିରେ ମୋଟ ୪୪ ଜଣ ପ୍ରାର୍ଥୀ ୧୦୦ପ୍ରତିଶତ ସ୍କୋର କରିଥିଲେ। ୧୮ ଜଣ ପ୍ରାର୍ଥୀ ଶୀର୍ଷ ମାନ୍ୟତା ପାଇଛନ୍ତି | ମଙ୍ଗଳବାର ରାତିରେ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏହି ବର୍ଷଠାରୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସ୍କୋରରେ ଉନ୍ନତି ଆଣିବାକୁ ସୁଯୋଗ ଦେବା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) – ବର୍ଷକୁ ଚାରିଥର […]

You May Like

Pin It on Pinterest