ମହାନଦୀର ତଳ ମୁଣ୍ଡ ଜଗତସିଂହପୁର ତିର୍ତ୍ତୋଲ ଓ କୁଜଙ୍ଗ ଅଞ୍ଚଳରେ ବନ୍ୟାଜଳ ବୃଦ୍ଧି…

ଜଗତସିଂହପୁର-(ବାସ୍ତବବ୍ୟୁରୋ):ମହାନଦୀର ତଳ ମୁଣ୍ଡ ଜଗତସିଂହପୁର ତିର୍ତ୍ତୋଲ ଓ କୁଜଙ୍ଗ ଅଞ୍ଚଳରେ, ଶନିବାର ସକାଳ ଠାରୁ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି । ଫଳତଃ ଆଉ ୧୦ରୁ ଉର୍ଦ୍ଧ୍ୱ ଗାଁରେ ପାଣି ପଶିଛି ।ହୀରାକୁଦରେ ଗେଟ୍ ଧୀରେ ଧୀରେ ବନ୍ଦ ହେବାରେ ଲାଗିଥିଲେ ମଧ୍ୟ,ବନ୍ୟା ପରିସ୍ଥିତି ବଢ଼ିବାରେ ଲାଗିଛି ।

ମୁଖ୍ୟତଃ ତରି ଜଙ୍ଗା ପଞ୍ଚାୟତ କୋଟ କଣା ଗାଁ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯିବା ହେତୁ ଉକ୍ତ,ଗାଁର ୩୦ ପରିବାର ନିକଟସ୍ଥ ସ୍କୁଲ ଗୃହରେ ଆଶ୍ରୟ ନେଇଛନ୍ତି । ଏଥିସହ ମୁଣ୍ଡା ସାହି, ହରିପୁର, ମଣିଜଙ୍ଗା ଓ କାଳିକୁଦ ଆଦି ଗାଁର ସ୍ଥିତି ଅଧିକ ସଂଘାତିକ ହେବାରେ ଲାଗିଛି ।

ଆସନ୍ତା କାଲି(ସୋମବାର) ପୂର୍ଣ୍ଣମୀ ତିଥି ଥିବାରୁ ସମୁଦ୍ର ମୁଖ୍ୟତଃ ଜୁଆରିଆ ରହିବ। ବନ୍ୟା ସ୍ଥିତିକୁ ନଜରରେ ରଖି ଜଗତସିଂହପୁର ଜିଲ୍ଲାପାଳ ବିଭିନ୍ନ ବ୍ଲକର ବିଡିଓ,ତହସିଲଦାର, ସ୍ୱାସ୍ଥ୍ୟ ଅଧିକାରୀ ଆଦି ବିଭିନ୍ନ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିବା ସହ ବିପନ୍ନ ମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ନିର୍ଦେଶ ଜାରି କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟର ୧୦ରୁ ଊର୍ଧ୍ବ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା...

Sun Sep 19 , 2021
ବାସ୍ତବବ୍ୟୁରୋ(ଭୁବନେଶ୍ବର):ରାଜ୍ୟର ୧୦ରୁ ଊର୍ଧ୍ବ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ,ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଢ଼େଙ୍କାନାଳ, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର ଓ ସୁବର୍ଣ୍ଣପୁର ପ୍ରଭୁତି ଜିଲ୍ଲା ଗୁଡିକରେ,ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। […]

You May Like

Pin It on Pinterest