ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ…

ବବିତା ସାମଲ ଭଦ୍ରକ – ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ କଲେଇ ପଂଚାୟତର ମଙ୍ଗଳପଦା ସ୍କୁଲରେ ଆଜି ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି,ଏହି ରକ୍ତଦାନ ଶିବିରରେ ଭଦ୍ରକର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ସଂଜୀବ ମଲ୍ଲିକ ମୋହଦୟ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ କୃତଜ୍ଞତା ଦେବାସହିତ ରକ୍ତଦାନ ଶିବିର ଆୟୋଜନ କରିଥିବା କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ନାରା ଅନୁସାରେ ପ୍ରତ୍ବେକ ପ୍ରିୟ ଓଡିଶା ବାସୀଙ୍କ ଜୀବନ ବହୁତ ମୂଲ୍ୟବାନ ତେଣୁ ସମସ୍ତଙ୍କୁ ଏକ ପରିବାରରେ ବାନ୍ଧିରଖିବା ପାଇଁ ଏକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ତେଣୁ ସେହି ନିଷ୍ପତ୍ତି କ୍ରମେ ପ୍ରତ୍ବେକ ମାସ ଭଦ୍ରକ ରେ ୩୦୦ ରୁ ୪୦୦ ରକ୍ତ ୟୁନିଟ ସଂଗ୍ରହ କରାଯାଉଛି ଯେମିତି ରକ୍ତ ଅଭାବରୁ କାହାରି ଜୀବନ ନଯାଏ ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ରକ୍ତ ସଂଗ୍ରହ କରିବାକୁ ଆଶା ରଖାଯାଇଛି ବୋଲି କହିଥିଲେ ବିଧାୟକ ମୋହଦୟ|

ଏହି ରକ୍ତଦାନ ଶିବିରରେ ୧୦୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ ରଖାଯାଇଥିବା କଥା ଆୟୋଜନ କାରୀମାନେ କହିଥିଲେ |ଏହି ରକ୍ତଦାନ ଶିବିରରେ କଲେଇ ପଞ୍ଚାୟତ ସରପଞ୍ଚ ମିନାକ୍ଷୀ ପରିଡା, ପଞ୍ଚାୟତ ସମିତି ଉପାଧକ୍ଷ ଜ୍ୟୋସ୍ନାମଞ୍ଜରୀ ରାଉତ, ଭଦ୍ରକ ବିଜୁ ଜନତା ଦଳ ଯୁବ ସଭାପତି ମୁକୁନ୍ଦଦେବ ସାମଲ, ଯୁବ ସମ୍ପାଦକ ତୁଷାର କାନ୍ତି ପରିଡା,କଲେଇ ପଞ୍ଚାୟତ ଭଦ୍ରକ ବ୍ଲକ ଯୁବ ସମ୍ପାଦକ ତାପସ ରାୟ ଙ୍କ ସମେତ ଅନେକ ନେତୃ ମଣ୍ଡଳୀଙ୍କ ସମେତ ରକ୍ତଦାତା ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସାଫଲ୍ୟ ମଣ୍ଡିତ କରାଇଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହାଜରତ୍ ସରକାର ବାବାଙ୍କ ଫତେ ଉତ୍ସବ ପାଇଁ ପ୍ରଶାସନିକ ବୈଠକ ଭଦ୍ରକ...

Mon Sep 20 , 2021
ବବିତା ସାମଲ(ଭଦ୍ରକ):ଆସନ୍ତା ୨୪ ତାରିଖରେ ଭଦ୍ରକରେ ପାଳିତ ହେବାକୁ ଥିବା ହାଜରତ ସରକାର ବାବାଙ୍କ ଫତେ ଉତ୍ସବ ପାଇଁ, ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଏସ୍‌.ପି. ଯତୀନ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ, ଉପଜିଲ୍ଲାପାଳ ପିତାମ୍ବର ସାମଲ ପ୍ରମୁଖ ଏହି ବୈଠକରେ ଯୋଗଦେଇ ପର୍ବ ପାଳନ ନେଇ ଆଲୋଚନା ରଖିଥିଲେ ।ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ଅନୁପାଳନ […]

You May Like

Pin It on Pinterest