ବାସ୍ତବ ବ୍ୟୁରୋ : ମେଷ: ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବା ସୂଚନା ରହିଛି । ଛୋଟ ଘଟଣାରେ ବନ୍ଧୁ ସମ୍ପର୍କ ଫିକା ପଡ଼ିଯିବ ଏବଂ ଯାନବାହନରେ ଅସୁବିଧାର ସମ୍ମୁଖୀନ ହେବେ। ଭଲ ସମ୍ପର୍କ ନ ଥିବା ହିତଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ । ପ୍ରଶାସନ,ପ୍ରକାଶନ, ଅଧ୍ୟୟନ, ଅଧ୍ୟାପନା ଓ ସାହିତ୍ୟ, ଗବେଷଣା କ୍ଷେତ୍ରରୁ ଶୁଭଫଳ ମିଳିବ । ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୧।
ବୃଷ: ପୂରା ଦିନ ନୂଆ ଊର୍ଜାରେ ଭରି ରହିବେ। ବ୍ୟବସାୟରେ ସବୁ କିଛି ପୂର୍ବଭଳି ଭଲ ରହିବ। ଅଫିସ ସମାରୋହରେ ଆନନ୍ଦ ଉପଭୋଗ କରିବେ। ଛାତ୍ରଙ୍କ ଲାଗି ଦିନଟି ଖାସ୍ ରହିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୯।
ମିଥୁନ: ପରିବାରର ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧିପାଇବା କାରଣରୁ ଚିନ୍ତାପ୍ରକଟ କରିବେ। ଯାହାକୁ କିଛି ସହାନୁଭୂତି ଆଶାରେ କହିବାକୁ ଯିବେ, ସେ ଓଲଟା କଥା କହିପାରନ୍ତି। ସମସ୍ୟା ବିଜଡ଼ିତ ଅସ୍ଥିର ମନ ହେତୁ କଥାରେ ସଂଯମତା ହରାଇବେ ଓ ସମସ୍ୟା ଡାକି ଆଣିଲା ଭଳି କାମ କରିପାରନ୍ତି। ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୧।
କର୍କଟ: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। କିଛି ନୂଆ ଶିଖିବାର ଅବସର ମିଳିବ। ବେପାରରୁ ଲାଭ ପାଇବେ। ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।
ସି˚ହ: ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ । ଉନ୍ନତିମୂଳକ କାମ ସକାଶେ ବନ୍ଧୁମାନଙ୍କୁ ଗଠନମୂଳକ ପ୍ରସ୍ତାବଦେଇ ବନ୍ଧୁ ଗହଣରେ ପ୍ରଶଂସିତ ହେବେ । ବ୍ୟବସାୟ, ପରିବହନ ଶିଳ୍ପ, ବାଣିଜ୍ୟ, ସକାଶେ ଦିନଟି ବହୁତ ଭଲ । ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୨।
କନ୍ୟା: ଆପଣଙ୍କର ସମୟ ଜ୍ଞାନ ରହିବା ଉଚିତ; ତେବେ ଯାଇ ଆଶା ପୂରଣ ହେବ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୩।
ତୁଳା: ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିପାରିବେ । ବନ୍ଧୁଙ୍କ ନିକଟରୁ ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ବହୁ କାମ ହାତକୁ ନେଇ ବ୍ୟଥିତ ହେବେ । ସଭାସମିତିରେ ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ । ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୫।
ବିଛା: କାମରେ ଆପଣଙ୍କର ଆତ୍ମବିଶ୍ବାସର ଝଲକ ଦେଖାଦେବ। ବ୍ୟବସାୟରେ ସଉଦା କରିବାେର ସଫଳ ହେବେ। ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ବିତେଇବେ। ଶୁଭରଙ୍ଗ: ମେରୁନ।
ଧନୁ: ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ରୋକ୍ଠୋକ୍ କଥା ବନ୍ଧୁଙ୍କ ମନରେ ଆଘାତ ସୃଷ୍ଟି କରିବ । ଯାତ୍ରା ସମୟରେ ଅନ୍ୟମନସ୍କତା କିମ୍ବା ବିସ୍ମରଣଜନିତ କୌଣସି ଜିନିଷ ହରାଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀ, ପରିବାରରେ ଭାଇଭଉଣୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ । ଜୋର କରି ଅନ୍ୟମାନଙ୍କଠାରୁ ଅର୍ଥ, କାମ ଆଦାୟ କରିବାରେ ସଫଳ ହେବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।
ମକର: ଦିନଟି ଆଶାଠୁଁ ଅଧିକ ଭଲ ରହିବ। ଅଫିସରେ ପୁରୁଣା ପରିଚୟରୁ ଆପଣଙ୍କୁ ଫାଇଦା ମିଳିବ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂଆ ଅବସର ସାମନାକୁ ଆସିବ। ଶୁଭରଙ୍ଗ: କ୍ରୀମ୍। ଶୁଭସ˚ଖ୍ୟା: ୫।
କୁମ୍ଭ: ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗି ରହିବା କାରଣରୁ ଚେଷ୍ଟା କରୁଥିବା କାମଗୁଡ଼ିକ ସହଜ ଓ ସୁବିଧାରେ ହୋଇ ନ ପାରେ । ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୨।
ମୀନ: ଦିନଟି ଆପଣଙ୍କ ଲାଗି ଭଲ ହିଁ ଭଲ ହେବ। ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ପିଲାଦିନର କୌଣସି ମିତ୍ରଙ୍କ ସହିତ ଭେଟ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।