ଆଜିର ଖାସ୍ ଖବର

୧-ସ୍ୱର୍ଗଦ୍ୱାରର ବିକାଶ ପାଇଁ ଖର୍ଚ୍ଚ ହେବ ୫କୋଟି, ହଟିବ ବିଜୁ ବାବୁଙ୍କ ସମାଧି।

୨-ଅଚାନକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମେଡିକାଲ ସମସ୍ୟା ସମ୍ପର୍କରେ କଲେ ଆଲୋଚନା।

୩-ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ୩ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା।

୪-ଏବେ ସବୁ ଆରଟିଓରୁ ମିଳିବ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ।

୫-ବାଲିଯାତ୍ରାକୁ ମିଳିଲା ସରକାରୀ ମାନ୍ୟତା, ରାଜ୍ୟସ୍ତରୀୟ ପର୍ବ ଭାବେ ହେବ ପାଳନ।

୬-ଓକିଲ ଆନ୍ଦୋଳନ ସ୍ଥଗିତ, ୪ରୁ କାର୍ଯ୍ୟରେ ଯୋଗଦେବେ ଆଇନଜୀବୀ।

୭-ଶୀତର ଆରମ୍ଭରେ ଚିଲିକାରେ ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ ଶୁଭିଲାଣି କୋଳାହଳ, ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୁରକ୍ଷା କଡ଼ାକଡି।

୮-କିସ୍ ପରିଦର୍ଶନରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ, ୨୫ ହଜାର ୫ଶହ ଛାତ୍ରଛାତ୍ରୀଙ୍କ ଗହଣରେ ବିତାଇଲେ ସମୟ।

୯-କିଟ୍ ନହ୍ନୀପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୧୯ ପ୍ରତିଯୋଗିତା, ନଭେମ୍ବର ୩ରେ ଭୁବନେଶ୍ୱରରେ ଓଡ଼ିଶା ପାଇଁ ଆଞ୍ଚଳିକ ଅଡିସନ୍‌।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଲିମ୍ପିକ ଖେଳିବ ଭାରତୀୟ ମହିଳା ହକି ଟିମ୍‌

Sat Nov 2 , 2019
ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ଭାରତୀୟ ମହିଳା ହକି ଟିମ୍‌ ଟୋକିଓ ଅଲିମ୍ପିକ-୨୦୨୦ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଶନିବାର ମ୍ୟାଚ୍‌ରେ ଆମେରିକା ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ୨ ଦିନର ଖେଳ ପ୍ରଦର୍ଶନ ଆଧାରରେ ଭାରତୀୟ ଟିମ୍‌ ଟୋକିଓ ପାଇଁ ଟିକେଟ ହାସଲ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଉଭୟ ଭାରତ ଓ ଆମେରିକା ମଧ୍ୟରେ ୨ଟି ମ୍ୟାଚ ଖେଳାଯାଇଛି। ଭାରତୀୟ ମହିଳା ହକି ଟିମ୍‌ର ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ […]

You May Like

Pin It on Pinterest