
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୪/୯-ଚାନ୍ଦବାଲି ବ୍ଲକ ଧାମରା ଜାଗୁଳା ଫଚାୟତ ଅଡ଼ାବନ୍ଧ ଗାଁ ଆଜି ୬୦ ପରିବାର ଚାନ୍ଦବାଲି ତହିସିଲ କାର୍ଯ୍ୟାଳୟରେ ପହଁଚି ନିଜର ହକ ମାଗିବା ସାହି ସେମାନଙ୍କୁ ଭୂମିହିନ ବସୁନ୍ଦରା ଯୋଜନାରେ ସ୍ଥାୟୀ ଘରପଟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ଚାନ୍ଦବାଲି ତହସିଲଦାରଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ଏଥିନେଇ ଚାନ୍ଦବାଲିର ଅଗ୍ରଣୀ ସ୍ଵଛାସେବୀ ସଂଗଠନ ସଂଗ୍ରାମ ସେନା ସେମାନଙ୍କ ଏହି ଲଢ଼େଇର ସାମିଲ ହୋଇଛନ୍ତି ।
ସୂଚନା ଯୋଗ୍ୟ ଚାନ୍ଦବାଲି ବ୍ଲକ ଧାମରା ଜାଗୁଳା ଫଚାୟତ ଅଡ଼ାବନ୍ଧ ଗାଁର ବସବାସ କରୁଥିବା ଲୋକମାନେ ସେମାନେ ଅଧିକାଂଶ ସ୍ଥାନରୁ ବାସଚ୍ୟୁତ ଓ ବିସ୍ଥାପିତ ହୋଇ ଜାଗୁଳା ଫଚାୟତ ଅଡ଼ାବନ୍ଧ ଗାଁର ଲୋକମାନେ ଦିର୍ଘ ୫୦ ବର୍ଷ ହେବ ବସବାସ କରୁଛନ୍ତ । ଗ୍ରାମର ଅଧକାଂଶ ଅଧ୍ୟବାସୀ ହେଉଛନ୍ତି ଦଳିତ ଶ୍ରେଣୀର ଏବଂ ଦିନ ମଜୁରିଆ ଭାବେ କାର୍ଯ୍ୟକରି ଚଳିଥାନ୍ତି । ସମସ୍ତ ପରିବାର ଭୂମିହିନ ଅଟନ୍ତି ।
ହେଲେ ସେମାନେ ସ୍ଥାୟୀ ପଟ୍ଟା ପାଇନଥିବାରୁ ସେମାନଙ୍କ ପରିବାର ଏବେ ସରକାରୀ ଠାରୁ ବେସରକାରୀ ସ୍ତରରେ ଛାତ୍ର ଛାତ୍ରୀ ପାଠପଡ଼ିବା ଯେତ୍ରରେ କିମ୍ବା ପ୍ରମାଣପତ୍ର ପାଇଁ ସେମାନେ ଏବେ ବାରଦୁଆର ସୁଣ୍ଡି ପିଣ୍ଡା ହେବା ଅଧାରୁ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ାର ଡୋରୀ ବନ୍ଧ ହେଉଛି । ଗ୍ରାମର ଅଧିକାଂଶ ପିଲା ଦାଦନ ଶ୍ରମିକ ଭାବରେ ବାହାର ରାଜ୍ୟରେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରୁଛନ୍ତି । ଏଥିନେଇ ଆଜି ସେମାନେ ନିଜର ହକପାଇଁ ତହସିଲ ଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କର ଦାବୀ ପତ୍ର ପ୍ରଦାନ କରିଛନ୍ତି l