ହଷ୍ଟେଲ କର୍ମଚାରୀମାନଙ୍କ ନିଯୁକ୍ତିକୁ ଘରୋଇ କମ୍ପାନୀକୁ ଦେବା ମସୁଧା କୁ ବାତିଲ୍ କରିବା ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରାବାସ କର୍ମଚାରୀ ସଂଘ ତରଫରୁ କୁଳପତିଙ୍କୁ ଦାବୀ ପତ୍ର

ଦେବାଶିଷ ମିଶ୍ର (କଟକ) ଆଜି କଟକ ତଥା ଓଡିଶା ର ଗର୍ବ ଭାରତର ବିଶିଷ୍ଟ ବିଶ୍ବବିଦ୍ୟାଳୟ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରାବାସ କର୍ମଚାରୀ ସଂଘ ତରଫରୁ ରେଭେନ୍ସା ବିଶ୍ବବିଦ୍ୟାଳୟ ହଷ୍ଟେଲ ଆଉଟ୍ ସୋରସିଂ ସମ୍ପର୍କରେ ବିଶ୍ବବିଦ୍ୟାଳୟ ପରିସରରେ ସଭାପତି ଶ୍ରୀ ପ୍ରକାଶ ଦାଶଙ୍କ ଆହ୍ବାନ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ହଷ୍ଟେଲ କର୍ମଚାରୀମାନଙ୍କ ନିଯୁକ୍ତିକୁ ଘରୋଇ କମ୍ପାନୀକୁ ଦେବା ମସୁଧା କୁ ବାତିଲ୍ କରି ବର୍ତ୍ତମାନ କାର୍ଯ୍ଯରତ ୧୩୦ ଜଣ ହଷ୍ଟେଲ କର୍ମଚାରୀମାନଙ୍କ ସରକାରୀ କର୍ମଚାରୀମାନଙ୍କ ଦରମା ହାରରେ ଭରଣା କରିବାକୁ ଏକ ଦାବୀ ପତ୍ରର ମାନନୀୟ କୁଳପତି ମହୋଦୟଙ୍କୁ ପ୍ରଦାନ କରିଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।

ଏହି ଆନ୍ଦୋଳନରେ ସଂଘର ଉପ-ସଭାପତି ଶ୍ରୀ ରାଜେଶ ରଣା, ସଂଯୋଜକ ଶ୍ରୀ ବିଭୁତି ସ୍ବାଇଁ ଓ ସଂପାଦକ ଶ୍ରୀ ବାରିକ୍ ପ୍ରମୁଖ ଭାଷଣ ମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଯଦି ଏହାର ସମାଧାନ ନ ହୁଏ ତାହାହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଭୟଙ୍କର ରୂପ ନେବ ଏବଂ ସେଥୂଲାଗି ବିଶ୍ବବିଦ୍ୟାଳୟ କୂଳପତି ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଳାହାଣ୍ଡି ଉଦ୍ଘାଟନ ଅପେକ୍ଷାରେ ୨୬ସ୍ମାର୍ଟ ସ୍କୁଲ...

Fri Sep 24 , 2021
ଦୀପକ କୁମାର ସାହୁ(କଳାହାଣ୍ଡି) ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲାରେ ୨୬ ଟି ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି ସ୍ମାର୍ଟ ସ୍କୁଲ l ଯେଉଁଥିପାଇଁ ଛାତ୍ର ଛାତ୍ରୀ , ଅଭିଭାବକ ଏବଂ ବୁଦ୍ଧିଜୀବି ମହଲରେ ଦେଖାଦେଇଛି ବେଶ ଉତ୍ସାହ l ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମିକୁ ବିକଶିତ କରି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆକର୍ଷିତ କରିବା ପାଇଁ ଓଡିଶା ସରକାର […]

You May Like

Pin It on Pinterest