ବିଧାନସଭା ଗୃହ କମିଟିର ସୁବର୍ଣ୍ଣପୁର ଜିଲ୍ଲା ବିଦ୍ୟୁତ ବିଭାଗ କାର୍ଯର ସମିକ୍ଷା

ବିନିକା(ଶାନ୍ତନୁ ପଣ୍ଡା) ଶନିବାର ଅପରାହ୍ନ ପ୍ରାୟ ୩ଘଣ୍ଟା ସମୟରେ ଓଡିଶା ବିଧାନସଭା ଗୃହ କମିଟି (ବିଦ୍ୟୁତ ବିଭାଗ ) ଅଧ୍ୟକ୍ଷ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଙ୍କ ନେତୃତ୍ୱରେ କମିଟି ସଦସ୍ୟ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି,ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ପ୍ରମୁଖ ବିନିକା ବ୍ଲକ ଗସ୍ତରେ ଆସି ବ୍ଲକ କାର୍ଯ୍ୟାଳୟ ଠାରେ ବିଦ୍ୟୁତ ବିଭାଗ ପକ୍ଷରୁ କରାଯାଉ ଥିବା କାର୍ଯ୍ୟର ଅଗ୍ରଗତି ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇ ତାର ତ୍ୱରିତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ l

ଏହା ବ୍ୟତିତ ସାଧାରଣ ଲୋକଙ୍କ ତରଫରୁ ଅଭିଯୋଗ ହେଉଥିବା ବିଦ୍ୟୁତ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ କର୍ତୁପକ୍ଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ l ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୨୪ଘଣ୍ଟା ଭିତରେ ଟ୍ରାଂଶ ଫାର୍ମର ସଜାଡ଼ିବା,ଲୋ ଭୋଲେତେଜ୍ ସମସ୍ୟାର ସମାଧାନ, ଲାଇନମେନ ପଦ୍ ପୂରଣ,ସ୍ଥାନୀୟ ନିଯୁକ୍ତି,ପାୱାର କଟ କୁ ବନ୍ଦ କରାଯାଉ, ଟାଟା ପାୱାର ଦାୟିତ୍ଵ ନେବା ପରେ ବିଦ୍ୟୁତ ସମସ୍ୟା କମିବା ପରିବର୍ତେ ଆହୁରି ଅଧିକ ମାତ୍ରାରେ ବଢୁ ଥିବାରୁ ଶ୍ରୀ ମିଶ୍ର ଘୋର ଉଦବେଗ ପ୍ରକାଶ କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ବିଦ୍ୟୁତ ବିଭାଗୀୟ ଅଧିକାରୀ ଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ l

ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରୱେନେ,ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ,ଉପ ଜିଲ୍ଲାପାଳ ନିହାର ରଞ୍ଜନ କୁଁ ଆର ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଜିଲ୍ଲା ବାସୀଙ୍କ ସାମୁହିକ ଦାବିନେଇ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ଦାବିପତ୍ର କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା'ଗୁଲାବ'ର କଲେ ସମୀକ୍ଷା...

Sun Sep 26 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର):ବାତ୍ୟା ‘ଗୁଲାବ’ର ମୁକାବିଲା ପାଇଁ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସେ ଲୋକଙ୍କ ଜୀବନ ରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି । ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଓଡ୍ରାଫର ୪୨ଟିମ, ଏନଡ଼ିଆରଫ ୨୪ ଟିମ ଓ ଫାୟାର ସର୍ଭିସର ୧୦୩ ଟିମ ମୁତୟନ ହୋଇଛନ୍ତି।ଏଥିସହ ବନ୍ୟା ଜଳ ପରିଚାଳନା ପାଇଁ ଜଳସେଚନ ବିଭାଗ […]

You May Like

Pin It on Pinterest