
ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୨୮/୯-ପିରାହାଟ ଥାନା ଅଧୀନ ନରେନ୍ଦ୍ରପୁର ପଂଚାୟତ ନଛିବିନ୍ଧା ଗାଁରେ ଜଣେ ମହିଳାଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ ଆଧାରରେ ଘଟଣା ସ୍ଥଳରେ ପିରାହାଟ ଥାନା ପୋଳିସ ପହଁଚି ଶବକୁ ଜବଦ କରିବା ସହ ତଦନ୍ତ ଆରମ୍ଭ କରିଛି ।
ମୃତ ମହିଳାଙ୍କ ହେଉଛନ୍ତି ସ୍ଥାନୀୟ ଘଂଟେଶ୍ଵର ବାଲିପଦା ଗାଁର ରମାକାନ୍ତ ନାୟକଙ୍କ ଝିଅ କବିତା ରାଉଳ ବୋଲି ସୂଚନା ମିଳିଛି । ମୃତ ମହିଳାଙ୍କ ସ୍ବାମୀ ଶଶଧର ରାଉଳ କଟକରେ ଏକ ସଂସ୍ଥାରେ ସିକୁରିଟ ଗାର୍ଡ଼ ଭାବେ କାର୍ଯ୍ୟ କରନ୍ତି । ମୃତ ମହିଳାଙ୍କର ଗୋଟିଏ ପୁଅ ଓ ଝିଅ ଥିବାର ସୂଚନା ମିଳିଛି ।