ମୁଖ୍ୟମନ୍ତ୍ରୀଙ୍କ ଗଜପତି ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ସ୍ଥିର….

ବାସ୍ତବବ୍ୟୁରୋ(ଭୁବନେଶ୍ୱର):ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ, ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ବୁଧବାର ଭୁବନେଶ୍ୱର ଫେରିବେ ।ଏହା ପରେ ଅକ୍ଟୋବର ୪ ତାରିଖରେ ଗଜପତି ଓ ୮ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଏହି ଦୁଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ ଅକ୍ଟୋବର ୪ ତାରିଖରେ ଗଜପତି ଜିଲ୍ଲାରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏଥିସହ ପ୍ରାୟ ୩୪୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଏହା ପରେ ଆସନ୍ତା ୮ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି,ବାରିପଦାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ପ୍ରାୟ ୭୦୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିବାର ସମ୍ଭାବନା ଅଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

'ଯୁବ ବିକାଶ' ସଂଗଠନର ନିଆରା ପ୍ରୟାସ....

Tue Sep 28 , 2021
ପ୍ରଶାନ୍ତ କୁମାର ଦାସ (ବାଲିଆପାଳ) ‘ଯୁବ ବିକାଶ’ ସଂଗଠନତରଫରୁ ବନ୍ୟା ରେ ଦୀର୍ଘ ଦିନ ଧରି ବୁଡି ରହିଥିବା ଏବଂ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ବାଲିଆପାଳ ବ୍ଲକ୍ ଅସ୍ତି ପଞ୍ଚାୟତର ପଳାଚମ୍ପି ଗାଁ ରେ ତିନିଦିନ ରନ୍ଧା ଖାଦ୍ୟ ବଣ୍ଟନ କରାଗଲାବାଲିଆପାଳ ବ୍ଲକର ଅସ୍ତୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଳାଚମ୍ପି ଗ୍ରାମରେ ବନ୍ୟା ବିପନ୍ନ ଲୋକଙ୍କୁ ତିନିଦିନ ଧରି ବାଲେଶ୍ଵର ଯୁବ ବିକାଶ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ […]

You May Like

Pin It on Pinterest