ଗୁଜୁରାଟ ର ଉପକୂଳ ଆଡେ ମୁଁହାଇଛି ପ୍ରଳୟଙ୍କାରୀ ବାତ୍ୟା ‘ମହା’

ବାସ୍ତବ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ମହା ଏବେ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହୋଇ ଗୁଜୁରାଟ ଉପକୂଳ ଆଡ଼କୁ ମୁଁହାଇଛି। ଆଜି ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ବାତ୍ୟା ମହା ଗୁଜୁରାଟ ଉପକୂଳ ଠାରୁ ୫୯୦ କିଲୋମିଟର ଦୂରରେ ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ।

ସାମୁଦ୍ରିକ ବାତ୍ୟା ମହାର ପ୍ରଭାବରେ ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକ ସମେତ ଗୁଜୁରାଟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି। ଏଥିସହ ସମୁଦ୍ର ଅଶାନ୍ତ ରହିବା ସହ ସମୁଦ୍ର ମଧ୍ୟରେ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମଛ୍ୟଜୀବିମାନଙ୍କୁ ପରାମର୍ଶ ଦିଆଯାଇଛି। ତେବେ, ଏହି ସାମୁଦ୍ରିକ ବାତ୍ୟା ମହା କେବେ ଓ କେଉଁଠି ଉପକୂଳ ଅତିକ୍ରମ କରିବ ସେ ସଂପର୍କରେ କୌଣସି ସୂଚନା ପ୍ରଦାନ କରିନାହିଁ ଭାରତୀୟ ପାଣିପାଗ ବିଭାଗ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରକ୍ଷଣାବେକ୍ଷଣ କାମ ପାଇଁ ଆଜି ୫ଘଣ୍ଟା ଯାଏ ବିଦ୍ୟୁତ ସରବରାହ ବନ୍ଦ ରହିବ

Mon Nov 4 , 2019
ବାସ୍ତବ ବ୍ୟୁରୋ (ଭୁବନେଶ୍ବର): ରକ୍ଷଣାବେକ୍ଷଣ କାମ ପାଇଁ ଆସନ୍ତାକାଲି (ସୋମବାର) ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ କେତେକ ଅଞ୍ଚଳରେ ପ୍ରାୟ ୫ ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିବ। ଏହାଫଳରେ ଭୁବନେଶ୍ବର, ପୁରୀ, କେନ୍ଦ୍ରପଡ଼ା, ଅନୁଗୁଳ, କଟକ, କେନ୍ଦ୍ରପଡ଼ାର ଅନେକ ଅଞ୍ଚଳ ପ୍ରଭାବିତ ହେବ ବୋଲି ଜଣାପଡ଼ିଛି। ଏଥିରେ ଉପଭୋକ୍ତାମାନେ ସହଯୋଗ କରିବା ପାଇଁ ସେସୁ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ କରାଯାଇଛି। ଭୁବନେଶ୍ବରର କଟକ ରୋଡ୍, […]

You May Like

Pin It on Pinterest