ରକ୍ଷଣାବେକ୍ଷଣ କାମ ପାଇଁ ଆଜି ୫ଘଣ୍ଟା ଯାଏ ବିଦ୍ୟୁତ ସରବରାହ ବନ୍ଦ ରହିବ

ବାସ୍ତବ ବ୍ୟୁରୋ (ଭୁବନେଶ୍ବର): ରକ୍ଷଣାବେକ୍ଷଣ କାମ ପାଇଁ ଆସନ୍ତାକାଲି (ସୋମବାର) ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ କେତେକ ଅଞ୍ଚଳରେ ପ୍ରାୟ ୫ ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିବ। ଏହାଫଳରେ ଭୁବନେଶ୍ବର, ପୁରୀ, କେନ୍ଦ୍ରପଡ଼ା, ଅନୁଗୁଳ, କଟକ, କେନ୍ଦ୍ରପଡ଼ାର ଅନେକ ଅଞ୍ଚଳ ପ୍ରଭାବିତ ହେବ ବୋଲି ଜଣାପଡ଼ିଛି। ଏଥିରେ ଉପଭୋକ୍ତାମାନେ ସହଯୋଗ କରିବା ପାଇଁ ସେସୁ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ କରାଯାଇଛି।

ଭୁବନେଶ୍ବରର କଟକ ରୋଡ୍, ହାଇଟେକ୍‌, ପାଣ୍ଡରା, କେସୁରା ଓ କୋରଡ଼କଣ୍ଟା ଅଞ୍ଚଳରେ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିବ। ସେହିଭଳି କଟକ ସହରାଞ୍ଚଳରେ କାଜିବଜାର‌ରେ ସକାଳ ୧୦ଟାରୁ ଦିନ ଗୋଟାଏ, ବିଡ଼ାନାସିରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା, ସଦର ଅଞ୍ଚଳର କୁଶୁପାଙ୍ଗି, ନୂଆପାଟଣାରେ ସକାଳ ୯ଟାରୁ ଅପରାହ୍‌ଣ ୨ଟା, ଚାରିନଗଳ, ପାଟରାଜପୁରରେ ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୩ଟା, ମାହାଙ୍ଗାରେ ସକାଳ ୭ଟାରୁ ଦିନ ୧୧ଟା, ଗତିରାଉତପାଟଣା ଓ ବିରିବାଟିରେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଲାଇନ କଟିବ। ପୁରୀରେ ପ୍ରାଚୀ ବିହାର, କଣ୍ଟାପଡ଼ାରେ ଅପରାହ୍ନ ୩ଟାରୁ ୫ଟା, ସୁବର୍ଣ୍ଣପୁର ଓ ଗଣେଶ୍ବରପୁର ସକାଳ ୯ଟାରୁ ୧୧ଟା ବିଦ୍ୟୁତ ସରବରାହ ବନ୍ଦ ରହିବ। ଅନୁଗୁଳ ସହରାଞ୍ଚଳର ଚାଇଁପାଳ ୱାର୍ଡ ନମ୍ବର ୧୮, ୧୯ ଓ ବନ୍ତଳା ଓ ସଦର ଅଞ୍ଚଳ ଘଣ୍ଟପଡ଼ା ଓ ଆନନ୍ଦବଜାରରେ ସକାଳ ସାଢ଼େ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ପ୍ରଭାବିତ ହେବ। ଢେଙ୍କାନାଳରେ ପିଏଚ୍‌ଡି, ରାସୋ‌ଳ, କଳିଙ୍ଗ, କପିଳାସ, ଅଙ୍କୁର୍ଦାରେ ସକାଳ ୯ଟାରୁ ମଧ୍ୟାହ୍ନ ୧ଟା ଏବଂ କେନ୍ଦ୍ରପଡ଼ାର କୋରୁଅ ଓ ରାମଚନ୍ଦ୍ରପୁରରେ ୯ଟାରୁ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ରାଶିଫଳ

Mon Nov 4 , 2019
ବାସ୍ତବ ବ୍ୟୁରୋ: ମେଷ: ବେପାରରେ ଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୪। ବୃଷ: ନୂତନ କର୍ମାରମ୍ଭ ପ୍ରତିପ୍ରଦ ରହିବା ସାଙ୍ଗକୁ ଅର୍ଥନୈତିକ ଦୃୃଷ୍ଟିକୋଣରୁ ବହୁତ ଉନ୍ନତି କରିବେ। ବନ୍ଧୁଙ୍କ ନିକଟରୁ ଯାହା ଓ ଯେତିକି ପାଉଛନ୍ତି ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ। ନିଜ ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ ଓ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ। […]

You May Like

Pin It on Pinterest