
ବବିତା ସାମଲ(ଭଦ୍ରକ)-ମୋ ପୋଖରୀରେ ମହା ଦୁର୍ନୀତି,ଆଜ୍ଞା ଆମେ କହୁଛ ଭଦ୍ରକ ଜିଲ୍ଲାର ଭଣ୍ଡାରପୋଖରୀ ବ୍ଲକ ଅନ୍ତର୍ଗତ ଭଗି ଵିନ୍ଧା ଗ୍ରାମରେ ବହୁ ଚର୍ଚ୍ଚିତ ମୋ ପୋଖରୀଘଟଣା ।
ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧାଗ୍ରାମର ବଳରାମ କୁଣ୍ଡୁ ।ଗତ କିଛିଦିନ ପୁର୍ବରୁ, ସେହି ଗ୍ରାମର ରାସ୍ତା ତିଆରି ପାଇଁ ତାଙ୍କ ଜାଗାରୁ ମାଟି ମାଗିଥିଲେ ଓ RI ଙ୍କ ଅନୁମତି ପାଇଁ ଦସ୍ତଖତ ମଧ୍ୟ ନେଇଥିଲେ କିନ୍ତୁ ଗତ ଦୁଇ ଦିନ ତଳେ ସ୍ଥାନୀୟ ବାସିନ୍ଦା ଙ୍କ ନଜର କୁ ଆସିଥିଲା ସାଙ୍ଘାତିକ ତଥ୍ୟ,ମାଟିଯାଇଥିବା ବଳରାମ ଙ୍କ ପୋଖରୀରେ ଫଳକ ମରାଯାଇଛି ।
ଟଙ୍କା ମଧ୍ୟ ଲେଖାଯାଇଛି କିନ୍ତୁ ଗୋଟିଏ ଟଙ୍କା ମଧ୍ୟ ବଳରାମ ଙ୍କ ଆକାଉଣ୍ଟକୁ ଆସୁନାହିଁ ଏଥିରୁ ସ୍ପଷ୍ଟ ଗୋଟିଏ ଗୁଳିରେ ଦୁଇଟି ଶିକାର କରୁଛନ୍ତି କିଛି କୁଜିନେତା ସରକାରୀ ଅଧିକାରୀ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ନେଇ ସନ୍ଦେହ ଉପୁଜିଛି |କିଛି ଦିନ ହେବ ଗଣମାଧ୍ୟମରେ ହଟଚମଟ ସୃଷ୍ଟି କରିଥିବା ବେଳେ ଗତକାଲି ଚମକି ପଡିଛିନ୍ତି ବ୍ଲକ ପ୍ରଶାସନ ।

ତେବେ ମୋ ପୋଖରୀ ଦୁର୍ନୀତି ରେ ଲିପ୍ତ ଥିବା ଜେଇ ନିଜେ ଘଟଣା ସ୍ଥଳରେ ପହଞ୍ଚି ପରଖି ଛନ୍ତି।ଏବଂ ମାେ ପୋଖରୀ ରେ ବଳରାମ କୁଣ୍ଡୁ ଙ୍କୁ ତାଙ୍କ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଥିଲେ ପରିବାର ଲୋକେ ।କିନ୍ତୁ ବଳରାମ କୁଣ୍ଡୁ ସନ୍ତୁଷ୍ଟ ମୁଳକ ଉତ୍ତର ମିଳି ନଥିବା ଏବଂ ବିଭାଗୀୟ ଜେଇ ଏବଂ ଜିରା ଏସ୍ ଏବଂ ଅନ୍ୟ କେତେକ ରାଜନୀତିକ ଲୋକ ଚାପ ପକାଉଛନ୍ତି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ତେବେ ମନରେଗା ଯୋଜନାରେ ଏଭଳି ଘଟଣା ଏକ ନିତିଦିନିଆ ବୋଲି ସାଧାରଣରେ ଚର୍ଚ୍ଚା ।
ତେବେ ବଳରାମ କୁଣ୍ଡୁ ଏବଂ ତାଙ୍କ ପତ୍ନୀ ତାଙ୍କ ସହ ହେଇଥିବା ଅନ୍ୟାୟ ବିରୋଧରେ ସେ ଜିଲ୍ଲାପାଳ ଙ୍କୁ ମଧ୍ୟ ଭେଟିଛନ୍ତି ।ତେବେ ନିରୀହ ଲୋକଙ୍କ ଉପରେ ଏଭଳି ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ କି ପ୍ରକାର କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାହା ଦେଖି ବାକୁ ବାକି ରହିଲା