ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି “ବ୍ଲାକ୍ ବାଇକ୍”ଲୁଟେରା ଙ୍କ ପ୍ରାଦୁର୍ଭାବ….

ସୂର୍ଯ୍ୟନାରାୟଣ ପାଢ଼ୀ (ସୁବର୍ଣ୍ଣପୁର)୫/୧୦- ସୁବର୍ଣ୍ଣପୁର ଜିଲ୍ଲା ରେ ଦିନକୁ ଦିନ ବଢ଼ି ଚାଲିଛି ଲୁଟ ଦାଦାଗିରି ଭଳି ଅପରାଧ ଗୋଟିଏ ପଟରେ ଅପରାଧ ବଢୁଥିଲା ବେଳେ ପୋଲିସ ହାତ ଖାଲି ରହୁଥିବାରୁ ଜିଲ୍ଲା ବାସି ଙ୍କ ମଧ୍ୟ ରେ ଆସନ୍ତୋଷ ଦେଖା ଦେଉଅଛି | ସାଲେପାଲି ଗାଁ ର ଅରୁଣ କୁମାର ନନ୍ଦ ଓ ତାଙ୍କ ପତ୍ନୀ ରିବିକା ନାଗ ସୁବର୍ଣ୍ଣପୁର ଷ୍ଟେଟ ବ୍ୟାଙ୍କ ରୁ ୨ ଲକ୍ଷ ଟଙ୍କା ଡ୍ର କରି ନିଜ ବାଇକ ରେ ଦିନ ୧୨-୩୦ରେ ଆସୁଥିବା ବେଳେ, ୫୭ ନମ୍ବର ଜାତୀୟ ରାଜପଥ ର ଶିଆଳଜୁଳି ରୁ ଉତ୍ତର କୁ ଯାଇଥିବା ମହୁଲେ ରାସ୍ତା ପାଖ ରେ (ଆର ୧୫) ଏକ କଲା ରଙ୍ଗର ବାଇକରେ ଦୁଇଜଣ ଦୁର୍ବୁତ୍ତ ତାଙ୍କୁ ଆକ୍ରମଣ କରି ରିବିକା ନାଗ ଙ୍କ ବେଗ କୁ ଛଡାଇ ନେଇ ଚମ୍ପଟ ମାରିଛନ୍ତି |

ତେବେ ଏ ଘଟଣା ଟି ଦିବାଲୋକ ରେ ଘଟିଛି ପୋଲିସ ପାଖ ରେ ଏତେଲା ମଧ୍ୟ ଦେଇ ଛନ୍ତି, ବ୍ୟାଗ ରେ ଦୁଇ ଲକ୍ଷ୍ୟ ତିନି(୨,୩୦,୦୦୦) ହଜାର ଟଙ୍କା ଓ କିଛି ସରକାରୀ କାଗଜ ପତ୍ର ସହ ଏକ ସାମସଙ୍ଗ ମୋବାଇଲ ମଧ୍ୟ ଥିବା ଜଣା ପଡିଛି| ଦିନକୁ ଦିନ ସୋନପୁର ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଲୁଟ ଓ ଅନ୍ୟ ଅପରାଧ ବଢୁ ଥିବା ବେଳେ ପୋଲିସ ର ହାତ ଖାଲି ରହୁଥିବା ରୁ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି, ସୁବର୍ଣ୍ଣପୁର ଜିଲ୍ଲା ରେ କେବେ ଅପରାଧ ମୁକ୍ତ ହେଉଛି ତାହା ଦେଖିବା ବାକି ରହିଲା |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଇପିଏଲରୁ ଅବସର ନେବେ ଏମଏସ ଧୋନି,'ବିଦାୟ ମ୍ୟାଚ୍'କେବେ ଓ କେଉଁଠାରେ ଖେଳିବେ ?

Wed Oct 6 , 2021
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନି ସ୍ପଷ୍ଟ କରିଛନ୍ତି ଯେ ସେ ଅତି କମରେ ଆଉ ଏକ ସିଜିନରେ ତାଙ୍କର ପ୍ରିୟ ହଳଦିଆ ଜର୍ସି ପିନ୍ଧିବେ ଏବଂ ‘ହ୍ୱିଷ୍ଟଲ୍ ପୋଡୁ’ (ସିଏସକେ ପ୍ରଶଂସକ) ସେନା ସେମାନଙ୍କୁ ନିଜ ପ୍ରିୟ ଚେପକ୍ ଗ୍ରାଉଣ୍ଡରେ ଆଣିବା ନିଶ୍ଚିତ। ‘ବିଦାୟ ମ୍ୟାଚ୍’ରେ ଆପଣ ମୋ ଖେଳିବା ଦେଖିପାରିବେ | ଧୋନିଙ୍କ ଅବସର ନେଇ କିଛି ସମୟ ଧରି ଆଲୋଚନା ଚାଲିଛି, […]

You May Like

Pin It on Pinterest