ଆଜିର ଖାସ୍ ଖବର

 ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯୩ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୨୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୯୪୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୯୬୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୧୬୧୬୫ଜଣ ସୁସ୍ଥ ହୋଇଛନ୍ତି ।

ପୁଣି ରନ୍ଧନ ଗ୍ୟାସ ଦର ବୃଦ୍ଧି କରିଛନ୍ତି ପେଟ୍ରୋଲିୟମ କମ୍ପାନି । ସିଲିଣ୍ଡର ପିଛା ବୃଦ୍ଧି ପାଇଛି ୧୫ ଟଙ୍କା । ଫଳରେ ଭୁବନେଶ୍ୱରରେ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୯୨୬ ଟଙ୍କାରେ ପହଂଚିଛି । ୪ ମାସ ହେଲା ଲଗାତର ରୋଷେଇ ଗ୍ୟାସ ଦର ମହଙ୍ଗା ହୋଇଛି ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ- ହାଟିଆ-ପୁରୀ ତପସ୍ବିନୀ ଏଲଏଚବି କୋଚରେ ପରିଣତ କରିବା ପାଇଁ ଚିଠି ଲେଖିଛନ୍ତି

ଆଜି ମହାଳୟା | ପବିତ୍ର ମହାଳୟା ଶ୍ରାଦ୍ଧ ପାଇଁ ଆଜି ଶହଶହ ଶ୍ରଦ୍ଧାଳୁ ପିତୃ ପୁରୁଷ ଓ ମାମୁଁ ଘର ତିନି ପୁରୁଷଙ୍କୁ ପିଣ୍ଡଦାନ କରିଥିଲେ। ଆଶ୍ୱିନ ମାସର ଅମାବାସ୍ୟା ‘ମହାଳୟା’ ଅମାବାସ୍ୟା ଭାବରେ ପରିଚିତ ଓ ପ୍ରସିଦ୍ଧ।

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବଢ଼ିଛି। ଗତାକାଲି ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୨୫ ଓ ୩୦ ପଇସା ବଢ଼ିଥିଲା। ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ଦାମ ୧୦୨.୯୪ ଟଙ୍କା ଓ ଡିଜେଲ ଲିଟର ପିଛା ୯୧.୪୨ ଟଙ୍କା ହୋଇଛି।

ଗତକାଲି (ମଙ୍ଗଳବାର) ଗୋଟାଏ ଘଣ୍ଟା ମଧ୍ୟରେ ତିନୋଟି ପୃଥକ୍‌ ଘଟଣାରେ ଆତଙ୍କବାଦୀମାନେ କଶ୍ମୀରରେ ଜଣେ ଔଷଧ ବ୍ୟବସାୟୀ, ଜଣେ ରାସ୍ତାକଡ଼ ଜଳିଖିଆ ବିକ୍ରେତା ଏବଂ ଜଣେ କାର୍‌ ଚାଳକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।

ରମାନନ୍ଦ ସାଗରଙ୍କ ପୌରାଣିକ ଟିଭି ଶୋ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀ ଙ୍କ ଦେହାନ୍ତ ହୋଇଯାଇଛି। ସୂଚନାନୁଯାୟୀ, ଗତକାଲି (ମଙ୍ଗଳବାର) ରାତିରେ ୮୨ ବର୍ଷିୟ ଅରବିନ୍ଦ ତ୍ରିବେଦୀଙ୍କର ହୃଦଘାତରେ ଦେହାନ୍ତ ହୋଇଛି। ଅରବିନ୍ଦ ଦୀର୍ଘ ଦିନ ଧରି ବୟସ ସମ୍ବନ୍ଧୀୟ ରୋଗ ସହ ଲଢେଇ କରୁଥିଲେ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୩ କୋଟି ୬୫ ଲକ୍ଷ ୬୩ ହଜାର ୮୮୭ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୮ ଲକ୍ଷ ୩୦ ହଜାର ୫୭୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୨୧ କୋଟି ୩୬ ଲକ୍ଷ ୮୧ ହଜାର ୧୯୨ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୦ ଲକ୍ଷ ୫୨ ହଜାର ୧୧୮ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାଲକାନଗିରିରେ ଝୋଟି ଚିତ୍ର ଅଙ୍କନ ସହ ଆଦିବାସୀ ପାରମ୍ପାରିକ ମାଳି ଓ ରିଙ୍ଗା ପ୍ରସ୍ତୁତି ପ୍ରତିଯୋଗିତା...

Wed Oct 6 , 2021
ପ୍ରଭାତ ସାହା(ମାଲକାନଗିରି)-ମାଲକାନଗିରି ଜିଲ୍ଳାରେ ପ୍ରଥମ ଥର ପାଇଁ ଅୟୋଜନ କରାଗଲା ଝୋଟି ଚିତ୍ର ଅଙ୍କନ ସହ ଆଦିବାସୀ ପାରମ୍ପାରିକ ମାଳି ଓ ରିଙ୍ଗା ପ୍ରସ୍ତୁତି ପ୍ରତିଯୋଗିତା l ଏହି ପ୍ରରିଯୋଗୀତାରେ ବିଭିନ୍ନ ସ୍ଥାନରୁ ଆସିଥିବା ଝିଅ ଓ ମହିଳା ମାନେ ଯୋଗ ଦେଇଥିଲେ l ଏହି ପ୍ରତିଯୋଗିତା ଓଡିଶା ଲଳିତ କଳା ଏକାଡେମୀ ତାରଫରୁ ଅୟୋଜନ କରାଯାଇଛି ଓ ଏହାକୁ ମାଲକାନଗିରି ଜିଲ୍ଳା ପ୍ରଶାସନ ସହଯୋଗ କରିଥିଲେ l ମାଲକାନଗିରି […]

You May Like

Pin It on Pinterest