
ଦେବାଶିଷ ମିଶ୍ର(କଟକ)ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଓଡ଼ିଶା ଉତ୍କଳ ବାହିନୀ , କଟକ ପକ୍ଷରୁ କଟକ ସହରର ସମସ୍ତ ବଜାର ପୁଜା କମିଟିର ସଭାପତି ଓ ସମ୍ପାଦକ ମହୋଦୟଙ୍କୁ ସରକାରୀ କୋଭିଡ୍ ନିୟମକୁ ମାନି ଶାନ୍ତିଶୃଙ୍ଖଳାର ସହ ମା’ଦୁର୍ଗାକଂର ପୁଜା କରିଥୂବାରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଓଡିଶା ଉତ୍କଳ ବାହିନୀର ଆବାହକ ଶ୍ରୀ ପୂଣ୍ଯଶ୍ଲୋକ ମହାନ୍ତିଙ୍କ ନେତୃତ୍ବ ରେ କଟକର ସମସ୍ତ ସାହିର ପୁଜାମଣ୍ଡପଠାରେ ବାହିନୀ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୁର୍ବକ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା। ଆବାହକ ଶ୍ରୀ ମହାନ୍ତିଙ୍କ ସହ ବାହିନୀର ସଦସ୍ଯ ଶ୍ରୀ ପ୍ରଫୁଲ କୁମାର ଜେଠୀ,ଶ୍ରୀ ଦୀପକ ମହାରଣା, ଶ୍ରୀ ଗୋପାଳ ମହାରଣା, ଶ୍ରୀ ପୂର୍ଣଚନ୍ଦ୍ର ବେହେରା ଓ ଶ୍ରୀ ସଂଜୀବ ରାଜପୁତ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥୂଲେ।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଲାଗି ଓଡ଼ିଶା ଉତ୍କଳ ବାହିନୀ କୁ ସବୁ ମହଲରୁ ପ୍ରଶଂସା କରାଯାଇଛି।



