ରାହୁଲ ଦ୍ରାବିଡ୍ ହୋଇପାରନ୍ତି ପରବର୍ତ୍ତୀ ଭାରତୀୟ କ୍ରିକେଟ ଦଳର କୋଚ୍…

photo :social media

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): ରାହୁଲ ଦ୍ରାବିଡ୍ ହୋଇପାରନ୍ତି ପରବର୍ତ୍ତୀ ଭାରତୀୟ କ୍ରିକେଟ ଦଳର କୋଚ୍। ସେ ନେଇ ପାରନ୍ତି ରବି ଶାସ୍ତ୍ରୀଙ୍କ ସ୍ଥାନ।ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ରାହୁଲ କୋଚ୍ ଭାବରେ ଦାୟିତ୍ୱ ନେଇ ପାରନ୍ତି ।ଏନେଇ ଖରବ ସରବରାହ ସଂସ୍ଥା ଏଏନ୍‌ଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ,ରାହୁଲ ଦ୍ରାବିଡ୍ ମଧ୍ୟ କୋଚ୍ ହେବା ନେଇ ସହମତି ପ୍ରକାଶ କରିଛନ୍ତି।

ଗତକାଲି ସୌରଭ ଗାଙ୍ଗୁଲି ଓ ଜୟ ଶାହାଙ୍କ ସହ ଦ୍ରାବିଡଙ୍କ ବୈଠକ ହୋଇଥିଲା। ବୈଠକ ପରେ ଦ୍ରାବିଡ୍ ମୁଖ୍ୟ କୋଚ୍ ପଦ ସମ୍ଭାଳିବା ନେଇ ସହମତି ଜଣାଇଥିବା ସୂଚନା ରହିଛି। T-20 ବିଶ୍ୱକପ ପରେ ସେ ଦାୟିତ୍ୱ ନେବେ। ସେ ଏହି ଦାୟିତ୍ୱକୁ ଦୁଇ ବର୍ଷ ପରିଚାଳନା କରିବେ।

କୁହାଯାଉଛି ଯେ ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା T-20 ବିଶ୍ୱକପ ପରେ ବର୍ତ୍ତମାନର କୋଚ୍‌ ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେବେ। ଏଥି ସହିତ ପରାସ ମହମ୍ବ୍ରେଙ୍କୁ ବୋଲିଂ କୋଚ୍ କରିବାର ସମ୍ଭାବନା ରହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ...

Sat Oct 16 , 2021
ବାସ୍ତବବ୍ୟୁରୋ(ଭୁବନେଶ୍ୱର) : ଆଜି ୭୬ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ଆଜି ନବୀନଙ୍କ ଜନ୍ମଦିନ,୧୯୪୬ ମସିହା ଅକ୍ଟୋବର ୧୬ ତାରିଖ ରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ଅବସରରେ ସାରା ବିଶ୍ୱରୁ ଅଭିନନ୍ଦନର ସୁଅ ଛୁଟିଛି ।ଏହି ପରିପେକ୍ଷିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଭୁଲି ନାହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ |ଜଣାଇଛନ୍ତି ଅଭିନନ୍ଦନ । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଶ୍ରୀ ନବୀନ ପଟ୍ଟନାୟକ ଜୀଙ୍କୁ […]

You May Like

Pin It on Pinterest